ସମବାୟ ବିଭାଗର ମହିଳା କର୍ମଚାରୀମାନେ ଜଣାଇ​‌ଲେ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା

ସମବାୟ-ବିଭାଗର-ମହିଳା-କର୍ମଚାରୀମାନେ-ଜଣାଇ​‌ଲେ-ଦୀପାବଳିର-ହାର୍ଦ୍ଦିକ-ଶୁଭେଚ୍ଛା

ଭୁବନେଶ୍ବର: ଦୀପାବଳି ଉତ୍ସବ ଉପଲକ୍ଷେ ସମବାୟ ବିଭାଗର ମହିଳା କର୍ମଚାରୀମାନେ ତଥା ଶ୍ରୀମତୀ ସୁମିତ୍ରା ମିଶ୍ର, ଶ୍ରୀମତୀ ଶାଶ୍ଵତୀ ସଂଗ୍ରଚିତ ଗ୍ରଚିତା ବେହେରା, ଶ୍ରୀମତୀ ରାଜଶ୍ରୀ ରାଉତ, ସୁଶ୍ରୀ ସ୍ମିତା ମହାନ୍ତି, ସୁଶ୍ରୀ ଅର୍ପିତା ପ୍ରିୟଦର୍ଶିନୀ, ଶ୍ରୀମତୀ ସ୍ତୁତିମୟୀ, ସୁଶ୍ରୀ ପ୍ରିୟଙ୍କା ବେହେରା ବିଭାଗର ପ୍ରାଙ୍ଗଣରେ ଭିନ୍ନ ଭିନ୍ନ ସ୍ଥାନରେ ଦୀପାବଳି ସମ୍ୱନ୍ଧୀୟ ମୁରୁଜ ଅଙ୍କନ ସମସ୍ତ କର୍ମଚାରୀମାନଙ୍କୁ ଆଗୁଆ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ ।

କମିଶନର ତଥା ଶାସନ ସଚିବ ମହୋଦୟଙ୍କ ଉପସ୍ଥିତିରେ ବିଭାଗୀୟ ସହକର୍ମୀମାନେ ଉତ୍ସାହର ସହ ଆଲୋକର ଏହି ପର୍ବ ସମସ୍ତଙ୍କ ଜୀବନକୁ ଆନନ୍ଦ, ସମୃଦ୍ଧି ଓ ସମନ୍ଵୟରେ ଆଲୋକିତ କରିବା ନିମନ୍ତେ କାମନା କରି ଆଗାମୀ ବର୍ଷ ପାଇଁ ତିନି ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଥିଲେ I

Scroll to Top