ସବୁ ବିଭାଗକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ, ସୋମବାର ହେବନି କୌଣସି ସରକାରୀ ବୈଠକ

ସବୁ-ବିଭାଗକୁ-ମୁଖ୍ୟ-ଶାସନ-ସଚିବଙ୍କ-ନିର୍ଦ୍ଦେଶ,-ସୋମବାର-ହେବନି-କୌଣସି-ସରକାରୀ-ବୈଠକ

ସବୁ ବିଭାଗକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ, ସୋମବାର ହେବନି କୌଣସି ସରକାରୀ ବୈଠକ

Published By: Kirti – Prameya-News7 Bureau | January 24, 2026 12:10 PM

NEWS7

Anu Garg

ଭୁବନେଶ୍ୱର ୨୪।୦୧ : ସୋମବାର ହେବନି କୌଣସି ସରକାରୀ ବୈଠକ । ସବୁ ବିଭାଗକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ । ପ୍ରତ୍ୟେକ ସୋମବାର ସରକାରୀ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ରହିଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ସେହିପରି ସୋମବାର କୌଣସି ବିଭାଗର କୌଣସି ବୈଠକ ବସିବ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଥିବାରୁ ଏହାକୁ ଗୁରୁତ୍ୱ ଦିଆଯାଉଛି । ଏନେଇ ସଚିବସ୍ତରୀୟ ବୈଠକରେ ଆଲୋଚନା ସହ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ଏହାସହ ପ୍ରତ୍ୟେକ ମାସର ତୃତୀୟ ଶନିବାର ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରାଯିବ । ୧୦ରୁ ୧୧ଟି ପ୍ରକଳ୍ପର ସମୀକ୍ଷା କରାଯିବ ।

Scroll to Top