ସଫଳ ହେଉଛି ଅମିତ ଶାହଙ୍କ ଯୋଜନା, ମହାରାଷ୍ଟ୍ରରେ ୬୦ ସଥୀଙ୍କ ସହ ଆତ୍ମସମର୍ପଣ କଲେ ମାଓବାଦୀ ନେତା ଭୂପତି

ସଫଳ-ହେଉଛି-ଅମିତ-ଶାହଙ୍କ-ଯୋଜନା,-ମହାରାଷ୍ଟ୍ରରେ-୬୦-ସଥୀଙ୍କ-ସହ-ଆତ୍ମସମର୍ପଣ-କଲେ-ମାଓବାଦୀ-ନେତା-ଭୂପତି

ଗଡ଼ଚିରୌଲୀ ୧୫।୧୦: ଓଡ଼ିଶା, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ମହାରାଷ୍ଟ୍ର ପୋଲିସର ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ମଲ୍ଲୋଜୁଲା ବେଣୁଗୋପାଳ ରାଓ ଓରଫ ଭୂପତି ବୁଧବାର ମହାରାଷ୍ଟ୍ରରେ ୬୦ରୁ ଅଧିକ ସାଥୀଙ୍କ ସହ ଆତ୍ମସମର୍ପଣ କରିଦେଇଛି। ଦେଶରେ ନକ୍ସଲବାଦ ଉନ୍ମୋଳନ ପାଇଁ ଚାଲିଥିବା କାର୍ଯ୍ୟକ୍ରମରେ ଏହା ଏକ ବଡ଼ ଘଟଣାକ୍ରମ। ଭୂପତିଙ୍କ ଆତ୍ମ ସମର୍ପଣ ସହ ଗଡ଼ଚିରୌଲୀରେ ମାଓବାଦ ଗତିବିଦ୍ଧି ଠପ ହୋଇଯାଇଛି।

ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ପଲିଟିକାଲ ବ୍ରେନ କୁହାଯାଉଥିବା ଏହି ଶୀର୍ଶ କମାଣ୍ଡର ଭୂପତି ତାଙ୍କ ଜୀବନର ରାସ୍ତା ବଦଳାଇ ଦେଇଛନ୍ତି। ୨୦୧୦ ମସିହାରେ ମାଓବାଦୀ ମୁଖପାତ୍ର ଚେରୁକେରୀ ରାଜକୁମାର (ଆଜାଦ) ପ୍ରାଣ ହରାଇବା ପରେ ଭୂପତି ମାଓବାଦୀଙ୍କ ସ୍ୱର ପାଲଟିଥିଲା। ଏହି ସରେଣ୍ଡର ସହିତ ଖାସ କରି ମହାରାଷ୍ଟ୍ରର ଗଡଚିରୌଲୀରେ ନକ୍ସଲ ଅଭିଯାନ ସମାପ୍ତ ହୋଇଯାଇଛି। ଭୂପତି ରାଜ୍ୟରେ ମାଓବାଦୀଙ୍କ ଶୀର୍ଷ ଲିଡର ଥିଲା। ସେ ଗତ ୪୦ ବର୍ଷ ହେଲା ସକ୍ରିୟ ଥିବା ବେଳେ ଓଡ଼ିଶା, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ମହାରାଷ୍ଟ୍ରରେ ଗତିବିଦ୍ଧି ଜାରି ରଖିଥିଲା।

#WATCH | Gadchiroli, Maharashtra: Naxal Commander Mallojula Venugopal Rao alias Bhupati, surrenders in front of CM Devendra Fadnavis at the Gadchiroli Police Police Headquarters. Around 60 Naxalites surrendered today.

Naxal Commander Mallojula Venugopal Rao alias Bhupati gave a… pic.twitter.com/stBiJWEJvd

— ANI (@ANI) October 15, 2025

କେନ୍ଦ୍ର ଗୃହମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ ନକ୍ସଲପନ୍ଥୀ ଯଥାଶୀଘ୍ର ଅସ୍ତ୍ର ତ୍ୟାଗ କରନ୍ତୁ ଓ ସାମାଜିକ ମୁଖ୍ୟ ଧାରାରେ ସାମିଲ ହୁଅନ୍ତୁ। ତେବେ ଭୂପତିଙ୍କର ଆତ୍ମସମର୍ପଣର ଅନେକ କାରଣ ଥିବା କୁହାଯାଉଛି। ତେବେ ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ନକ୍ସଲ ଏବେ ଅନୁଭବ କରୁଛନ୍ତି ଯେ ସୁରକ୍ଷା ବଳଙ୍କ ବିରୋଧରେ ସେମାନଙ୍କ ଲଢେଇ ବ୍ୟର୍ଥ ହୋଇଛି। ଏହା ପୂର୍ବରୁ ମେ ମାସରେ କେଶବ ରାଓ ଓରଫ ବସବରାଜୁ ଏନକାଉଣ୍ଟରରେ ପ୍ରାଣ ହରାଇବା ପରେ ଭୂପତି ଜାଣି ଯାଇଥିଲେ ଯେ ଦେଶରେ ମାଓବାଦ ଏବେ ସଂକଟରେ। ଏଣୁ ସେ ସଶସ୍ତ୍ର ସଂଘର୍ଷ ସିଦ୍ଧାନ୍ତ ସମ୍ପର୍କରେ ପୁଣି ଥରେ ବିଚାର କରିବାକୁ କହିଥିଲା।

ଦେଶର ନକ୍ସଲ ପ୍ରଭାବିତ ଅଞ୍ଚଳରେ ଏବେ ଦ୍ରୁତ ବିକାଶ କାର୍ଯ୍ୟ ହେଉଛି। ଅଗମ୍ୟ ଅଞ୍ଚଳକୁ ରାସ୍ତାଘାଟ ଖୋଲିଯିବା ପରେ ସୁରକ୍ଷାବଳ ନକ୍ସଲଙ୍କ ବିରୋଧରେ ସେମାନଙ୍କ ଅପରେସନ ବଢାଇ ଦେଇଛନ୍ତି। ଏଥିରୁ ମହାରାଷ୍ଟ୍ରରେ ଭୂପତି ଅନୁଭବ କରିସାରିଥିଲା ଯେ ସି-୬୦ କମାଣ୍ଡୋ (ସ୍ସେଶିଆଲ ଆଣ୍ଟି –ମାଓବାଦୀ ଫୋର୍ସ) ତା ପାଖକୁ ପହଞ୍ଚିବାକୁ ଆଉ ବେସି ଡେରି ନାହିଁ। ଏଣୁ ନିକଟରେ ଭୂପତି ସାଥୀମାନଙ୍କୁ ସରେଣ୍ଡର ହିଁ ମୁଖ୍ୟ ବିକଳ୍ପ ବୋଲି ଶୁଣାଇ ସାରିଥିଲେ। ଭୂପତିଙ୍କ ପତ୍ନୀ ମଧ୍ୟ ଜଣେ ମାଓବାଦୀ କ୍ୟାଡର ଥିଲେ। ତାଙ୍କ ଉପରେ ୧ କୋଟି ଟଙ୍କାର ପୁରସ୍କାର ଥିଲା। ସେ ଗତବର୍ଷରୁ ମାଓବାଦ ଛାଡି ସରକାରଙ୍କ ଥଇଥାନ ନୀତିକୁ ଆପଣେଇଥିଲେ। ହେଲେ ସେତେବେଳେ ତାଙ୍କର ଏହି ନୀତି ଅନେକ ମାଓବାଦୀଙ୍କୁ ପସନ୍ଦ ଆସି ନଥିଲା।  

Scroll to Top