ସପ୍ତାହେ ପରେ ଫେରିଲେ ଅପହୃତ ଓ୍ୱାର୍ଡମେମ୍ବର, ଅନାସ୍ଥା ପୂର୍ବରୁ ଅପହରଣ କରିଥିଲେ ଦୁର୍ବୃତ୍ତ

ସପ୍ତାହେ-ପରେ-ଫେରିଲେ-ଅପହୃତ-ଓ୍ୱାର୍ଡମେମ୍ବର,-ଅନାସ୍ଥା-ପୂର୍ବରୁ-ଅପହରଣ-କରିଥିଲେ-ଦୁର୍ବୃତ୍ତ

ସପ୍ତାହେ ପରେ ଫେରିଲେ ଅପହୃତ ଓ୍ୱାର୍ଡମେମ୍ବର, ଅନାସ୍ଥା ପୂର୍ବରୁ ଅପହରଣ କରିଥିଲେ ଦୁର୍ବୃତ୍ତ

Published By: Kirti – Prameya-News7 Bureau | October 09, 2025 09:25 AM

NEWS7

dhaneswar

ଯାଜପୁର ୦୯।୧୦ : ଫେରିଲେ ଅପହୃତ ଓ୍ୱାର୍ଡମେମ୍ବର । ଅପହରଣର ସପ୍ତାହେ ପରେ ଫେରିଲେ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ରଣପୁର ପଞ୍ଚାୟତ ୩ ନମ୍ବର ଓ୍ୱାର୍ଡ ମେମ୍ବର ଧନେଶ୍ୱର ସେଠୀ । ଅପହରଣକାରୀମାନେ ତାଙ୍କୁ ଛାଡ଼ି ଦେଇଥିବା କହିଛନ୍ତି ଧନେଶ୍ୱର ।

ଖବର ଅନୁଯାୟୀ, ବୁଧବାର ଦିନ ରଣପୁର ପଞ୍ଚାୟତରେ ଅନାସ୍ଥା ଭୋଟ ହେବାର ଥିଲା । ହେଲେ ଏହାପୂର୍ବରୁ ଗତ ୧ ତାରିଖ ଦିନ ରଣପୁର ପଞ୍ଚାୟତ ୩ ନମ୍ବର ଓ୍ୱାର୍ଡ ମେମ୍ବର ଧନେଶ୍ୱର ସେଠୀଙ୍କୁ ଅପହରଣ ହୋଇଥିବା ନେଇ ବିଞ୍ଝାରପୁର ଥାନାରେ ଅଭିଯୋଗ ହୋଇଥିଲା। ତାପର ଠାରୁ ତାଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ବୁଧବାର ରାତିରେ ଅପହରଣ କରିଥିବା ଦୁର୍ବୃତ୍ତମାନେ ବିଞ୍ଝାରପୁର ଥାନା ନିକଟରେ ଧନେଶ୍ୱର ସେଠୀଙ୍କୁ ଛାଡ଼ି ଦେଇଥିଲେ। ଏହାପରେ ଧନେଶ୍ୱର ଥାନାକୁ ଯାଇ ପୋଲିସ ଆଗରେ ସବୁ ସତ କଥା କହିଥିଲେ ।ତାଙ୍କୁ କିଏ ଅପହରଣ କରିଥିଲା, ଏବଂ ଥାନା ନିକଟରେ ଛାଡ଼ି ଦେଇଥିବା ପୋଲିସ ଆଗରେ କହିଛନ୍ତି। ତେବେ ତାଙ୍କୁ ଅନାସ୍ଥା ଭୋଟ ପାଇଁ ଅପହରଣ କରିଥିବା ଅନୁମାନ କରାଯାଉଛି । ପୋଲିସର ତଦନ୍ତ ପରେ ହିଁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି ।

Scroll to Top