ନୂଆଦିଲ୍ଲୀ : ଚୀନର ରାଷ୍ଟ୍ରପତି ଶି ଜିନପିଙ୍ଗ ନିଜ ଦେଶର ସେନାକୁ ନେଇ ଖୁବ୍ ସମସ୍ୟାରେ। ବାହ୍ୟ ଦୃଷ୍ଟି କୋଣରୁ ଯଦି ଆମେ ଦେଖିବା ତ ଚୀନର ସେନା କେବେ ଏତେ ଶକ୍ତିଶାଳୀ ନଥିଲା। ନୌସେନା ଠାରୁ ନେଇ ଅସ୍ତ୍ରଶସ୍ତ୍ର ତିଆରି କରିବା ଯାଏ ସେନା ଖୁବ୍ ଆଗରେ ରହିଛି। କିନ୍ତୁ ଆଭ୍ୟନ୍ତରୀଣ ଭାବେ ଅନେକ ଜିନିଷ ହାତରୁ ଖସିବା ନଜର ଆସୁଛି। ଏଥିରୁ ଗୋଟିଏ ହେଉଛି ଚାଇନା ସେନାର ନିରନ୍ତର ଦୁର୍ନୀତି ବଢିବାରେ ଲାଗିଛି। ଏହା ଉପରେ ଲଗାମ ଲଗେଇବା ପାଇଁ ଜିନପିଙ୍ଗ୍ ଲାଗାତାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, କିନ୍ତୁ ଏବେ ବି ଜିନିଷ ଆୟତ୍ତକୁ ଆସିବା ନଜର ଆସୁ ନାହିଁ।
ଚାଇନାର ସବୁଠୁ ବଡ଼ ଚିନ୍ତା ଉଚ୍ଚ ସ୍ତରରେ ଅଧିକାରୀଙ୍କ ସଂଖ୍ୟା ଲଗାତାର ହ୍ରାସ ପାଇବାରେ ଲାଗିଛି। ସେଣ୍ଟ୍ରାଲ ମିଲିଟାରୀ କମିଶନରେ ମୋଟ ସାତୋଟି ସିଟ୍ ଅଛି, ଯେଉଁଥିରୁ ତିନୋଟି ବର୍ତ୍ତମାନ ଖାଲି ଅଛି। ଏହି ପଦରେ ଯେଉଁ ଅଧିକାରୀମାନେ ଥିଲେ, ସେ ହୁଏତ ଗାଏବ ହୋଇ ଯାଇଛନ୍ତି କିମ୍ୱା ତାଙ୍କୁ ଗିରଫ କରି ନିଆ ଯାଇଛି। ବିଡ଼ମ୍ୱନା ଏହା ଯେ, ଏସବୁ ସେତେବେଳେ ହେଉଛି , ଯେତେବେଳେ ନିଜେ ରାଷ୍ଟ୍ରପତି ଶି ଜିନପିଙ୍ଗ ସେନାରେ ଦୁର୍ନୀତି ଉପରେ ଲଗାମ ଲଗାଇବାରେ ଲାଗିଛନ୍ତି। ଜିନପିଙ୍ଗ୍ ସେନାର ଅତ୍ୟାଧୁନିକରଣ ପାଇଁ ୨୦୨୭ର ଲକ୍ଷ୍ୟ ସ୍ଥିର କରିଛି। କିଛି ଆମେରିକୀୟ ଅଧିକାରୀ ତ ଏମିତି ବି କହିଛନ୍ତି ଯେ, ଚୀନ ନିଜକୁ ତାଇୱାନ ଉପରେ କବଜା କରିବାରେ ସକ୍ଷମ ହେବା ଉଚିତ୍। ଉଲ୍ଲେଖନୀୟ ଯେ, ଚୀନ ବାରମ୍ୱାର ତାଇୱାନକୁ ନିଜ ଅଞ୍ଚଳ ଭାବେ କହୁଛି।
ଚୀନ୍ ପାଇଁ ଏହି ସମସ୍ୟା ଏଥିପାଇଁ ମଧ୍ୟ ଗୁରୁତର ହୋଇଥାଏ, କାରଣ ଯେଉଁ ସେନା ଅଧିକାରୀ ଦୁର୍ନୀତିରେ ଧରାପଡ଼ିଛନ୍ତି, ସେ ଜିନପିଙ୍ଗଙ୍କ ନିକଟତର ରହିଛନ୍ତି। ଏଥିରେ ଯେତେବେଳେ ଏହି ସାମରିକ ଅଧିକାରୀ ଭୁଲ କରି ଧରା ପଡ଼ନ୍ତି , ତ ଜିନପିଙ୍ଗ୍ଙ୍କ କ୍ରୋଧ ବଢିବା ନିଶ୍ଚିତ। ଯେଉଁ ଅଧିକାରୀ ଗାଏବ ହୋଇଛନ୍ତି ଏଥିରେ ଜେନେରାଲ ୱିଡାଣ୍ଡଙ୍କ ନାମ ପ୍ରମୁଖ ଭାବେ ରହିଛି। ସେ ଚୀନର ସେଣ୍ଟ୍ରାଲ ମିଲିଟାରୀ କମିଶନର ଦ୍ୱିତୀୟ ସବୁଠୁ ବରିଷ୍ଠ ଅଧିକାରୀ ଥିଲେ। ୱିଡାଙ୍ଗ ଦୀର୍ଘ ଦିନ ଧରି ଗାଏବ ରହିଛନ୍ତି , ଯାହା ଜଣାପଡ଼ୁଛି ସେ ତଦନ୍ତ ପରିସରରେ ଅଛନ୍ତି। ଏହି ପରି ଜଣେ ଶୀର୍ଷ କମାଣ୍ଡର ଆଡମିରାଲ ମିଆୱୋ ହୁଆ ମଧ୍ୟ ଅନୁଶାସନର ଉଲ୍ଲଙ୍ଘନ କରିବା ପାଇଁ ଯାଞ୍ଚ ପରିସରରେ ଅଛନ୍ତି।
ଶି ଜିନପିଙ୍ଗ୍ ୨୦୨୭ ମସିହାର ୪ର୍ଥ ଥର କମ୍ୟୁନିଷ୍ଟ ପାର୍ଟିର ନେତା ହେବେ। ସେ ଚାହାନ୍ତି ଯେ ,ତାଙ୍କ ପାଖରେ ସେନାରେ ଏମିତି ଅଧିକାରୀ ରୁହନ୍ତୁ, ଯିଏ ତାଙ୍କ ପ୍ରତି ସଂପୂର୍ଣ୍ଣ ବିଶ୍ୱସ୍ତ ରହି ଥିବେ। କିନ୍ତୁ ଚାଇନା ସେନାର ଅଧିକାରୀ ଗୋଟିଏ ପରେ ଗୋଟିଏ ଯେଉଁ ପରି ଦୁର୍ନୀତି ମାମଲାରେ ଧରା ପଡ଼ୁଛନ୍ତି , ତାହା ଜିନପିଙ୍ଗ୍ଙ୍କ ଚିନ୍ତା ବଢାଇ ଦେଇଛି।




