ସନ୍ଦେହଜନକ ଅବସ୍ଥାରେ ମିଳିଲା ମହିଳା ହୋମଗାର୍ଡଙ୍କ ମୃତଦେହ, ୭ମାସ ତଳେ ସ୍ବାମୀଙ୍କର ହୋଇଥିଲା ମୃତ୍ୟୁ
Published By: Ruby – Prameya-News7 Bureau | November 06, 2025 02:45 PM
NEWS7
ଭୁବନେଶ୍ବର ୬।୧୧: ଆପାର୍ଟମେଣ୍ଟରୁ ମିଳିଲା ମହିଳା ହୋମଗାର୍ଡଙ୍କ ମୃତଦେହ । ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହେଲା ମୃତଦେହ । ପୋଷ୍ଟମର୍ଟମ୍ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଗଲା । ମହିଳା ଜଣଙ୍କ ଚନ୍ଦ୍ରଶେଖରପୁର ଥାନାରେ ହୋମଗାର୍ଡ ଭାବେ କାମ କରୁଥିଲେ । ୭ ମାସ ତଳେ ତାଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା । ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଚନ୍ଦ୍ରଶେଖରପୁର ମଣ୍ଡପ ବସ୍ତି ଆପାର୍ଟମେଣ୍ଟରୁ ମହିଳା ହୋମଗାର୍ଡଙ୍କ ମୃତଦେହ ଉଦ୍ଧାର ହୋଇଛି । ସନ୍ଦେହଜନକ ଅବସ୍ଥାରେ ହୋମଗାର୍ଡଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ । ୭ ମାସ ତଳେ ମହିଳା ହୋମଗାର୍ଡଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା । ତାଙ୍କର ୨ଟି ପିଲା ଅଛନ୍ତି । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସ ତଦନ୍ତ ଜାରି ରଖିଛି ।




