ନୂଆଦିଲ୍ଲୀ ୧୭।୧୧; ଲଦାଖର ଲେହରେ ଭୂମିକମ୍ପ ଝଟକା ଅନୁଭୂତ। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ରିପୋର୍ଟ କରିଛି ଯେ ଲେହରେ ରିକ୍ଟର ସ୍କେଲରେ ୩.୭ ତୀବ୍ରତାର କମ୍ପନ ରେକର୍ଡ । ଏହାର ପ୍ରଭାବ ଏତେ ଥିଲା ଯେ ପଡ଼ୋଶୀ ଦେଶ ଚୀନ ମଧ୍ୟ ସକାଳୁ ଥରିଥିଲା। NCS ଅନୁଯାୟୀ, ସୋମବାର ଚୀନର ଝିଙ୍ଗଜିଆଙ୍ଗରେ ୪.୪ ତୀବ୍ରତାର ରେକର୍ଡ କରାଯାଇଛି।
ରବିବାର ଲେହରେ ଭୂକମ୍ପର ତୀବ୍ରତା ୩.୭ ଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ,ଏହାର କେନ୍ଦ୍ରଭୂମି ପୃଷ୍ଠରୁ ୧୦ କିଲୋମିଟର ତଳେ ତଳେ ଥିଲା । ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ୨୦୨୫ ଅକ୍ଟୋବର ୨୧ ତାରିଖରେ ଲେହରେ ୩.୭ ତୀବ୍ରତାର ଭୂକମ୍ପ ହୋଇଥିଲା। ଯାହାର କେନ୍ଦ୍ରସ୍ଥଳ ୯୦ କିଲୋମିଟର ଗଭୀରତାରେ ଥିଲା।
EQ of M: 3.7, On: 17/11/2025 03:15:33 IST, Lat: 36.64 N, Long: 75.29 E, Depth: 10 Km, Location: Leh, Ladakh.
For more information Download the BhooKamp App https://t.co/5gCOtjdtw0 @DrJitendraSingh @OfficeOfDrJS @Ravi_MoES @Dr_Mishra1966 @ndmaindia pic.twitter.com/6GOmXqe1av— National Center for Seismology (@NCS_Earthquake) November 16, 2025
ଝିଙ୍ଗଜିଆଙ୍ଗରେ ୪.୪ ତୀବ୍ରତାର ଭୂମିକମ୍ପ
ସୋମବାର ଚୀନର ଝିଙ୍ଗଜିଆଙ୍ଗରେ ୪.୪ ତୀବ୍ରତାର ଭୂକମ୍ପ ହୋଇଛି। NCS ରିପୋର୍ଟ କରିଛି ଯେ ଭୂକମ୍ପ ୧୦ କିଲୋମିଟର ଗଭୀରତାରେ ହୋଇଥିଲା। ଭୂକମ୍ପ ରାତି ୧.୨୬ରେ ଅନୁଭୂତ ହୋଇଥିଲା। ଏହା ଗଭୀରତାରେ ଘଟିଥିଲା, ଯାହାକୁ ସାଧାରଣତଃ ବିପଜ୍ଜନକ ବୋଲି ବିବେଚନା କରାଯାଏ।




