ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତୀୟ କ୍ରିକେଟ ଖେଳାଳି ସୁଦିପ ଚାଟାର୍ଜୀ

ଶ୍ରୀମନ୍ଦିର-ଯାଇ-ମହାପ୍ରଭୁଙ୍କୁ-ଦର୍ଶନ-କଲେ-ଭାରତୀୟ-କ୍ରିକେଟ-ଖେଳାଳି-ସୁଦିପ-ଚାଟାର୍ଜୀ

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତୀୟ କ୍ରିକେଟ ଖେଳାଳି ସୁଦିପ ଚାଟାର୍ଜୀ

Published By: Sangita – Prameya-News7 Bureau | November 03, 2025 03:25 PM

NEWS7

Sudeep Chatterjee

ପୁରୀ:  ପବିତ୍ର ପଞ୍ଚୁକ ଅବସରରେ ପୁରୀ ଗସ୍ତରେ ଆସିଛନ୍ତି ଭାରତୀୟ କ୍ରିକେଟ ଖେଳାଳି ସୁଦିପ ଚାଟାର୍ଜୀ। ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହିତ ଆଶୀର୍ବାଦ ଲାଭ କରିଛନ୍ତି ସେ। ସୋମବାର ପୂର୍ବାହ୍ନରେ ବେଙ୍ଗଲ ଟିମ୍ ର କ୍ରିକେଟ ଖେଳାଳି ସୁଦିପ ଚାଟାର୍ଜୀ ରତ୍ନସିଂହାସନରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରି ଭାବବିହ୍ୱଳ ହୋଇ  ପଡିଛନ୍ତି। ଏଥିସହ ମା ଲକ୍ଷ୍ମୀ, ବିମଳା, ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ ସହିତ ପୂଜାର୍ଚ୍ଚନା କରିଛନ୍ତି।

ଦର୍ଶନ ସାରି ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଭାରତୀୟ ମହିଳା କ୍ରିକେଟ ଟିମ୍ ଆମକୁ ଗର୍ବିତ କରିଛନ୍ତି। ଓମେନ୍ ଓ୍ବାର୍ଲଡ କପ୍ ରେ ହକଦାର ହୋଇଛି ଭାରତ। ସାରା ଦେଶ ଆଜି ଭାରତୀୟ ମହିଳା କ୍ରିକେଟ ଦଳ ପାଇଁ ଗର୍ବିତ। ମହାପ୍ରଭୁଙ୍କ ଆଶିର୍ବାଦ ସଦାସର୍ବଦା ଭାରତୀୟ କ୍ରିକେଟ ଟିମ୍ ଉପରେ ରହିଥାଉ ସେନେଇ ମହାପ୍ରଭୁଙ୍କ ଠାରେ ପ୍ରାର୍ଥନା କରିଛି ବୋଲି କହିଛନ୍ତି ସୁଦୀପ। ଏପଟେ ଭାରତ ଅଷ୍ଟ୍ରେଲିଆ ଟି 20 ମ୍ୟାଚରେ ଭାରତର ଖେଳାଳି ମାନେ ଭଲ ଖେଳ ପ୍ରଦର୍ଶନ କରୁଥିବା ବେଳେ ଭାରତୀୟ ଟିମ୍ ସିରିଜ୍ ହାତେଇବ ବୋଲି ସୁଦୀପ କହିଛନ୍ତି।

Scroll to Top