ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ଗୁମାସ୍ତାଙ୍କୁ ଅଟକ ରଖିଛି ସିଂହଦ୍ୱାରା ଥାନା ପୋଲିସ

ଶ୍ରୀମନ୍ଦିର-ଭିତରେ-ଫଟୋ-ଉଠାଇବା-ପଡ଼ିଲା-ମହଙ୍ଗା,-ଗୁମାସ୍ତାଙ୍କୁ-ଅଟକ-ରଖିଛି-ସିଂହଦ୍ୱାରା-ଥାନା-ପୋଲିସ

ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ଗୁମାସ୍ତାଙ୍କୁ ଅଟକ ରଖିଛି ସିଂହଦ୍ୱାରା ଥାନା ପୋଲିସ

Published By: Kirti – Prameya-News7 Bureau | October 21, 2025 12:20 PM

NEWS7

puri

ପୁରୀ  ୨୧।୧୦ : ଶ୍ରୀମନ୍ଦିର ଭିତ ଫଟୋ ଉଠାଇବା ପଡ଼ିଲା ମହଙ୍ଗା। ଗୁମାସ୍ତାକୁ ଉଠାଇ ଆଣିଲା ସିଂହଦ୍ବାର ଥାନା ପୋଲିସ। ପ୍ରତିହାରୀ ନିଯୋଗ ନିକଟରେ ଫଟୋ ଉଠାଉ ଥିବା ବେଳେ ଧରିଛି ପୋଲିସ । ବର୍ତ୍ତମାନ ଯାଏଁ ଗୁମାସ୍ତାଙ୍କ ପରିଚୟ ମିଳିପାରିନାହିଁ । ସିଂହଦ୍ୱାର ଥାନାରେ ଅଟକ ରଖି ଜେରା କରୁଛି ପୋଲିସ ।

ଖବର ଅନୁଯାୟୀ, ମଙ୍ଗଳବାର ଶ୍ରୀମନ୍ଦିର ଭିତରେ ଜ​‌ଣେ ଗୁମାସ୍ତା ଯାତ୍ରୀଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇଥିଲେ। ପ୍ରତିହାରୀ ନିଯୋଗ ନିକଟରେ ନେଇ ଯାତ୍ରୀଙ୍କ ଫଟୋ ଉଠାଉଥିଲେ। ଏହି ସମୟରେ ସେବାୟତମାନେ ତାଙ୍କୁ ବାରଣ କରିଥିଲେ। ପରେ ସିଂହଦ୍ବାର ଥାନାରେ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସଂପୃକ୍ତ ଗୁମାସ୍ତାଙ୍କୁ ଧରିବା ପରେ ସିଂହଦ୍ବାର ଥାନାରେ ଅଟକ ରଖିଛନ୍ତି। ତେବେ କେଉଁ ପରିସ୍ଥିତିରେ ମନ୍ଦିର ଭିତରେ ଯାତ୍ରୀ ଫଟୋ ଉଠାଉଥିଲେ। ତାହାକୁ ନେଇ ପଚରାଉଚରା ଚାଲିଛି। ବର୍ତ୍ତମାନ ସୁଦ୍ଧା ଅଟକ ଗୁମାସ୍ତାଙ୍କ ପରିଚୟ ମିଳିନାହିଁ।

Scroll to Top