ଶ୍ରୀମନ୍ଦିର ପ୍ରଶାସନର ବଡ଼ ନିଷ୍ପତ୍ତି, ମହାପ୍ରଭୁଙ୍କ କୋଠ ଭୋଗରେ ଜୈବିକ ଚାଉଳର ହେବ ବ୍ୟବହାର

ଶ୍ରୀମନ୍ଦିର-ପ୍ରଶାସନର-ବଡ଼-ନିଷ୍ପତ୍ତି,-ମହାପ୍ରଭୁଙ୍କ-କୋଠ-ଭୋଗରେ-ଜୈବିକ-ଚାଉଳର-ହେବ-ବ୍ୟବହାର

ଶ୍ରୀମନ୍ଦିର ପ୍ରଶାସନର ବଡ଼ ନିଷ୍ପତ୍ତି, ମହାପ୍ରଭୁଙ୍କ କୋଠ ଭୋଗରେ ଜୈବିକ ଚାଉଳର ହେବ ବ୍ୟବହାର

Published By: Kirti – Prameya-News7 Bureau | April 05, 2026 10:22 AM

NEWS7

puri

ପୁରୀ ୦୫।୦୪ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୋଠ ଭୋଗରେ ଜୈବିକ ଚାଉଳ ବ୍ୟବହାର ନେଇ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଆଗାମୀ ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ କୋଠ ଭୋଗ ସମ୍ପୂର୍ଣ୍ଣ ଜୈବିକ ଚାଉଳରେ ପ୍ରସ୍ତୁତ ହେବ।

Also Read:-Rahul Banerjee’s Death: ରାହୁଲ ବାନାର୍ଜୀଙ୍କ ମୃତ୍ୟୁ ମାମଲାରେ ଏତଲା, ତାଳସାରୀ ଥାନାରେ ତଦନ୍ତ ଆରମ୍ଭ

ତେବେ ଜୈବିକ ଚାଉଳ ପରେ ଜୈବିକ ଡ଼ାଲି ମଧ୍ୟ ମହାପ୍ରଭୁଙ୍କ କୋଠ ଭୋଗରେ ପ୍ରସ୍ତୁତ ହେବ। ଏଣୁ ଜୈବିକ ଡ଼ାଲି ଉତ୍ପାଦନ ପାଇଁ ଯୋଜନା କରୁଛି ଶ୍ରୀମନ୍ଦିର ପ୍ରଶାସନ। କୃଷି ବିଭାଗ ର ସହାୟତାରେ ଜୈବିକ ଚାଷ କରୁଥିବା ଚାଷୀଙ୍କ ସହିତ ଯୋଗାଯୋଗ କରାଯାଇ ଜୈବିକ ଉପାୟରେ ଡ଼ାଲି ଚାଷ ମଧ୍ୟ କରାଯିବ। କୃଷି ବିଭାଗ ଜୈବିକ ଡ଼ାଲିକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବା ପରେ ମହାପ୍ରଭୁଙ୍କ କୋଠ ଭୋଗରେ ଏହା ପ୍ରସ୍ତୁତ କରାଯିବ। ଶ୍ରୀମନ୍ଦିର ପ୍ରଶାସନର ଏଭଳି ପଦକ୍ଷେପକୁ ସ୍ବାଗତ କରିଛନ୍ତି ସେବାୟତ ଓ ଜଗନ୍ନାଥ ପ୍ରେମୀ।

Scroll to Top