ଶ୍ରୀକ୍ଷେତ୍ରରେ ଆଜି ପରିକ୍ରମା ମହୋତ୍ସବ, ପୁରୀରେ ହଜାର ହଜାର ଭକ୍ତଙ୍କ ସମାଗମ
Published By: Kirti – Prameya-News7 Bureau | November 10, 2025 09:34 AM
NEWS7
ପୁରୀ ୧୦।୧୧ : ଶ୍ରୀକ୍ଷେତ୍ରରେ ଆଜି ପରିକ୍ରମା ମହୋତ୍ସବ ବା ପଞ୍ଚତୀର୍ଥ। ଏହି ଅବସରରେ ପୁରୀରେ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଶ୍ରଦ୍ଧାଳୁ ମାନେ ତୀର୍ଥରାଜ ମହୋଦଧିରେ ସ୍ନାନ କରିବା ସହ ଶ୍ରୀକ୍ଷେତ୍ରର ଥିବା ବିଭିନ୍ନ ଧର୍ମସ୍ଥଳୀକୁ ନାମ ସଂକୀର୍ତ୍ତନ ମାଧ୍ୟମରେ ପରିକ୍ରମା କରୁଛନ୍ତି। ପୁରୀରେ ତୀର୍ଥରାଜ ପୁଷ୍କରିଣୀରେ ସ୍ନାନ କରିବା ସହ ପଞ୍ଚମହାଦେବଙ୍କୁ ପ୍ରଣାମ କରି ଶ୍ରୀମନ୍ଦିର ଯାଇ ରତ୍ନସିଂହାସନ ସ୍ଥିତ ଚତୁର୍ଦ୍ଧାବିଗ୍ରଙ୍କୁ ଦର୍ଶନ କରୁଛନ୍ତି। ଶ୍ରୀକ୍ଷେତ୍ର ପରିକ୍ରମା ଅବସରରେ ସିଦ୍ଧ ମହାବୀରରେ ପ୍ରଭୁ ମହାବୀର ନାଗାର୍ଜୁନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବା ସହିତ ପାଦ ସ୍ପର୍ଶ କରିବାର ସୁଯୋଗ ମିଳିଥାଏ। ଏଣୁ ଆଜି ସକାଳୁ ସିଦ୍ଧ ମହାବୀର ମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି।




