ଶୌଚ ହେବାକୁ ଯାଇଥିଲେ, ଭାଲୁ ହାବୁଡ଼ରେ ପଡ଼ି ୩ ଗୁରୁତର
Published By: Ruby – Prameya-News7 Bureau | March 29, 2026 11:47 AM
NEWS7
ଉଦଳା ୨୯।୩: ସକାଳୁ ଶୌଚ ନିମନ୍ତେ ଯାଇଥିଲେ, ହେଲେ ଅଚାନକ ଆକ୍ରମଣ କଲା ଭାଲୁ । ଭାଲୁ ଆକ୍ରମଣରେ ୩ ଗୁରୁତର । କପ୍ତିପଦା ବନାଞ୍ଚଳ ତାଳଗଡି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସକାଳ ସମୟରେ ଏକ ବିରାଟକାୟ ଭାଲୁ ତାଳଗଡି ଗ୍ରାମକୁ ପଶି ଆସିଥିଲା । ଏହି ସମୟରେ ଶୌଚ ନିମନ୍ତେ ଯାଇଥିବା ବୃଦ୍ଧା ରାନୀ ନାଏକ ଏବଂ ଯୁବକ ସୁମତ ଖଣ୍ଡେଇଙ୍କୁ ଅଚାନକ ଭାଲୁ ଆକ୍ରମଣ କରିଥିଲା । ଭାଲୁଟି ଉଭୟଙ୍କୁ ଆକ୍ରମଣ କରିଥିବା ବେଳେ ରାନୀ ନାଏକଙ୍କ ମୁହଁ ଖଣ୍ଡିଆ କରି ପକାଇଥିବା ବେଳେ ସୁମତଙ୍କ ଗୋଡ଼କୁ କାମୁଡି ଦେଇଛି ।
ସେହିପରି କମଳାକାନ୍ତ ନାଏକ ନଦୀ ନିକଟରେ ଥିବା ବେଳେ ତାଙ୍କୁ ମଧ୍ୟ ଭାଲୁ ଆକ୍ରମଣ କରି ଗୁରୁତର କରିଛି । ତେବେ ଭାଲୁ ଆକ୍ରମଣ କରିବାରୁ ଉଭୟ ଚିତ୍କାର କରିଥିଲେ ଏବଂ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ । ଭାଲୁଟି ୩ ଜଣଙ୍କୁ ଗ୍ରାମର ଅଲଗା ଅଲଗା ସ୍ଥାନରେ ଆକ୍ରମଣ କରିଥିବା ବେଳେ ଉଭୟଙ୍କ ଅବସ୍ଥା ଏବେ ଗୁରୁତର ରହିଛି । ଗ୍ରାମବାସୀ ଭାଲୁକୁ ଘଉଡ଼ାଇବାରୁ ଭାଲୁଟି ନିକଟସ୍ଥ ହୁଡ଼ିକୁ ଚାଲିଯାଇଛି ।




