ଭୁବନେଶ୍ୱର ୨୨/୦୯: କ୍ୟାପିଟାଲ ହସପିଟାଲ ଶିଶୁ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା । ହସପିଟାଲ ସମ୍ମୁଖ ରାସ୍ତାକୁ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ । ରାସ୍ତା ରୋକ ବେଳେ ଫସିଗଲା ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ । ଚାରି ମିନିଟ୍ ରୁ ଅଧିକ ସମୟ ଧରି ଫସି ରହିଲା ଆମ୍ବୁଲାନ୍ସ । ରାସ୍ତା ରୋକ ହଟାଇବାକୁ ପୋଲିସ ପକ୍ଷରୁ ପ୍ରୟାସ ଜାରି ।
ସେପଟେ କ୍ୟାପିଟାଲ ହସପିଟାଲ ପରିସରରେ ଦେଖିବାକୁ ମିଳିଥିଲା ଅପ୍ରିତିକର ପରିସ୍ଥିତି । କାର୍ଯ୍ୟାନୁଷ୍ଠାନ ଦାବି କରି ହସପିଟାଲ ଭିତରକୁ ଧସେଇ ପଶିଥିଲେ । ଭୁଲ ଔଷଧ ଦେବାରୁ ଶିଶୁ ମୃତ୍ୟୁ ହୋଇଥିବା ପରିବାରର ଅଭିଯୋଗ । ତେବେ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ କ୍ଷତିପୂରଣ ବାବଦରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।
ଭୁବନେଶ୍ୱର ହାତିଆଶୁଣି ନଗରର ଆୟୁଷ୍ମାନ ସାହୁ (ପିତା- ଆଶିଷ ସାହୁ) ଙ୍କର ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏଥିସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ…
— CMO Odisha (@CMO_Odisha) September 22, 2025
ସୂଚନା ଥାଉକି, କ୍ୟାପିଟାଲ ହସ୍ପିଟାଲରେ ଅଭାବନୀୟ ଘଟଣା। ଭୁଲ୍ ଇଞ୍ଜେକ୍ସନ୍ ଯୋଗୁ ଶିଶୁ ମୃତ୍ୟୁ ଅଭିଯୋଗ ହୋଇଥିଲା । ତେବେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ କରିଥିଲେ ପରିବାର । ଫଲରେ ହସ୍ପିଟାଲରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ହସପିଟାଲ ସମ୍ମୁଖ ରାସ୍ତାକୁ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ । ରାସ୍ତାରୋକ ବେଳେ ଫସିଥିଲା ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ । ଏମିତିକି କ୍ୟାପିଟାଲ ହସପିଟାଲକୁ ମଧ୍ୟ ଧସେଇ ପଶିଥିଲେ ଲୋକେ ।
କାର୍ଯ୍ୟାନୁଷ୍ଠାନ ଦାବି କରି ହସପିଟାଲ ଭିତରକୁ ଧସେଇ ପଶିଥିଲେ । ସେପଟେ ମୃତ୍ୟା ଅଭିଯୋଗରେ ପ୍ରତିକ୍ରିୟା ରଖିଛନ୍ତି ଶିଶୁ ବିଭାଗର hod । ସେ କହିଛନ୍ତି ଶିଶୁ ପୁତ୍ରକୁ ଆକାମା ଭଳି ରୋଗ ପୂର୍ବରୁ ଥିଲା । ଚିକିତ୍ସା ପାଇଁ ପୂର୍ବରୁ ହସ୍ପିଟାଲ ଆସୁଥିଲା । ଗତ କାଲି ଦିନରେ ଆସିଥିଲେ । ଚିକିତ୍ସା କରିଥିଲୁ । ରାତିରେ ଅଧିକ ହେବା ପରେ ଚିକିତ୍ସା ପାଇଁ ଆସିବା ପରେ ନର୍ସ ସଙ୍ଗେ ସଙ୍ଗେ ଚିକିତ୍ସା କରିଛନ୍ତି । ୩ ଥର ଅକ୍ସସିଯେନ ଦିଆଯାଇଛି ପରେ ମେଡିସିନ ଦିଆଯାଇଛି ଆମେ ଚିକିତ୍ସା କରିଛୁ ,ମୃତ୍ୟୁ ଆମ ହାତରେ ନାହିଁ ଆମେ ପୁରା ଚେଷ୍ଟା କରିଛୁ ।
ଅନ୍ୟପଟେ




