ଶିମିଳିପାଳର ବୁଲୁଛି କଳାମ ମହାବଳବାଘ କାଳିଆ, ପୋଷ୍ଟ କରି ସୂଚନା ଦେଲେ ପିସିସିଏଫ
Published By: Prativa – Prameya-News7 Bureau | November 20, 2025 10:30 AM
NEWS7
ଭୁବନେଶ୍ୱର ୨୦/୧୧: ଶିମିଳିପାଳରେ କଳା ମହାବଳବାଘ କାଳିଆ । ଯାହାର ଭିଡିଓକୁ ନେଇ ଏବେ ଚର୍ଚ୍ଚା । ବ୍ୟାଘ୍ର ଅଭୟାରଣ୍ୟର ଏକ ସ୍ଥାନରେ ବୁଲୁଥିବାର ଆସିଲା ନଜର । ଏକ୍ସରେ ପୋଷ୍ଟ କରି ସୂଚନା ଦେଲେ ପୂର୍ବତନ ପିସିସିଏଫ ସୁଶାନ୍ତ ନନ୍ଦ । କହିଲେ କାଳିଆ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧିର ମୁଖ୍ୟ । ଏହି କଳା ମହାବଳବାଘ ବାଘର ଭିଡିଓକୁ ନିଜ ଏକ୍ସ ପେଜରେ ପୋଷ୍ଟ କରିଛନ୍ତି ପୂର୍ବତନ ଅବସରପ୍ରାପ୍ତ ପିସିସିଏଫ ସୁଶାନ୍ତ ନନ୍ଦ । କଳା ରଙ୍ଗର ଏହି ବିଶାଳ ଅଣ୍ଡିରା ବାଘଟି ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର କୈଣସି ଏକ ସ୍ଥାନରେ ବୁଲୁଥିବାର ଦେଖାଇବାକୁ ମିଳିଛି ।
ସୁଶାନ୍ତ ନନ୍ଦ ଏହି ମହାବଳ ବାଘକୁ କଳା ସୁନ୍ଦରୀ ବୋଲି ଉଲ୍ଲେଖ କରିଥିବା ବେଳେ ଶିମିଳିପାଳ ଅଭୟାରଣ୍ୟରେ ଏହି କାଳିଆ ର ମହତ୍ବ ବିଷୟରେ ମଧ୍ୟ ସମ୍ୟକ୍ ସୂଚନା ଦେଇଛନ୍ତି। ସୁଶାନ୍ତ ନନ୍ଦଙ୍କ ମତରେ ଏହି କାଳିଆ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ମୁଖ୍ୟ ବୋଲି ଲେଖିଛନ୍ତି । ସଂଖ୍ୟା ବୃଦ୍ଧି ଅଥବା ପୁନରାବୃତ୍ତିର ମାଇଲଖୁଣ୍ଟ ପାଲୋଟିଛି ଏହି କାଳିଆ ବାଘଟି।
ଏଭଳି ସ୍ଥିତିରେ ସୁଶାନ୍ତ ନନ୍ଦଙ୍କ ଏପରି ପୋଷ୍ଟ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ମହାବଳ ବାଘ ସଂଖ୍ୟା ଏବଂ କଳା ମହାବଳ ବାଘଙ୍କ ବିଷୟରେ ପୁଣି ଚର୍ଚ୍ଚା ହୋଇଛି। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଏହି ବାଘ ସମ୍ପର୍କରେ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।




