ଶିକ୍ଷାନୁଷ୍ଠାନରେ ପୋଲିସର ସଚେତନତା, ଆଇନର ବିଭିନ୍ନ ଦିଗ ଉପରେ ଅବଗତ କରାଇଲେ ଏସ୍‌ଡିପିଓ

ଶିକ୍ଷାନୁଷ୍ଠାନରେ-ପୋଲିସର-ସଚେତନତା,-ଆଇନର-ବିଭିନ୍ନ-ଦିଗ-ଉପରେ-ଅବଗତ-କରାଇଲେ-ଏସ୍‌ଡିପିଓ

ଶିକ୍ଷାନୁଷ୍ଠାନରେ ପୋଲିସର ସଚେତନତା, ଆଇନର ବିଭିନ୍ନ ଦିଗ ଉପରେ ଅବଗତ କରାଇଲେ ଏସ୍‌ଡିପିଓ

Published By : Prameya-News7 Bureau | August 14, 2025 IST

ଆନନ୍ଦପୁର ୧୪।୮: ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଆଇନ ପାଠ ପଢ଼ାଇଲେ ଏସଡିପିଓ । ମହିଳା ମାନଙ୍କ ପ୍ରତି ବଢୁଥିବା ଅତ୍ୟାଚାର ଓ ଆତ୍ମହତ୍ୟା ପ୍ରବଣତା ମାନସିକତାରୁ କିଭଳି ନିଜକୁ ଦୂରେଇ ରଖିହେବ ତାକୁ ନେଇ ଛାତ୍ରଛାତ୍ରୀଙ୍କୁ ଏସଡିପିଓ ଦେଲେ ଟିପ୍ସ । 

କେନ୍ଦୁଝର ଏସ୍‌ପିଙ୍କ ନିର୍ଦ୍ଦେଶରେ ପୁରା ଜିଲ୍ଲାରେ ପୋଲିସ ତରଫରୁ ପୋଲିସ ବନ୍ଧୁ କାର୍ଯ୍ୟକ୍ରମ ଚାଲିଛି ।   ବିଭିନ୍ନ ଶିକ୍ଷାନୁଷ୍ଠାନରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବା ସହ ଆଇନ, ପୋଲିସର କାର୍ଯ୍ୟଧାରା ଓ ଜଣେ ନାଗରିକ ଅଧିକାର ସମ୍ପର୍କରେ ବିଭାଗୀୟ ବରିଷ୍ଠ ଅଧିକାରୀ ମାନେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଉଛନ୍ତି । ଏହି ପରୀପ୍ରେକ୍ଷୀରେ ଆନନ୍ଦପୁର ମହାବିଦ୍ୟାଳୟରେ ଏସଡିପିଓ ପ୍ରଶାନ୍ତ ବେହେରାଙ୍କ ନେତୃତ୍ବରେ ପୋଲିସ ବନ୍ଧୁ କାର୍ଯ୍ୟକ୍ରମ ଅୟୋଜିତ ହୋଇଛି । ଏହି କର୍ଯ୍ୟକ୍ରମ ମଧ୍ୟମରେ ଏସଡିପିଓ ଛାତ୍ରଛାତ୍ରୀଙ୍କୁ ଆଇନର ବିଭିନ୍ନ ଦିଗ ଉପରେ ଅବଗତ କରାଇବା ସହ ପିଲାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି ।

You Can Read:

ରାଜଧାନୀରେ ନୂଆ ଡିଜାଇନ୍‌ରେ ହେବ ମେଟ୍ରୋ ପ୍ରକଳ୍ପ, ନୂଆ ଟ୍ରାକ୍ ନେଇ ଟେକ୍ନିକାଲ କମିଟି ଦେବ ରିପୋର୍ଟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top