ଶଳା-ଭିଣୋଇ ପରିବାରରେ ବିବାଦ, ପିଣ୍ଟୁଙ୍କୁ ପିଟି ପିଟି ମାରିଦଲେ…

ଶଳା-ଭିଣୋଇ-ପରିବାରରେ-ବିବାଦ,-ପିଣ୍ଟୁଙ୍କୁ-ପିଟି-ପିଟି-ମାରିଦଲେ…

ଶଳା-ଭିଣୋଇ ପରିବାରରେ ବିବାଦ, ପିଣ୍ଟୁଙ୍କୁ ପିଟି ପିଟି ମାରିଦଲେ…

Published By: Kirti – Prameya-News7 Bureau | November 23, 2025 11:21 AM

NEWS7

nayagarh

ନୟାଗଡ଼ ୨୩।୧୧ : ନୟାଗଡ଼ ଟାଉନ ଥାନା ବୃନ୍ଦାବନପୁରରେ ଯୁବକଙ୍କୁ ପିଟିପିଟି ହତ୍ୟା । ଶଳା-ଭିଣୋଇ ପରିବାର ମଧ୍ୟରେ ବିବାଦରୁ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ପିଣ୍ଟୁ ମାଝୀ। ପିଣ୍ଟୁଙ୍କୁ ତାଙ୍କ ପୟୁଷା ଏବଂ ପିୟୁସାଙ୍କ ପୁଅ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପିଣ୍ଟୁଙ୍କ ବାପାମାଆଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖିଛି।

ଘଟଣା ଅନୁଯାୟୀ, ବୃନ୍ଦାବନପୁର ଗାଁର କୈଳାଶ ମାଝୀ ଏବଂ ତାଙ୍କ ଭିଣୋଇ ଯୁଗଳ ପରିଡ଼ାଙ୍କ ମଧ୍ୟରେ କିଛି ଦିନି ହେଲା ବିବାଦ ଲାଗି ରହିଥିଲା। ଭଣଜା ଜାଗୁଲା କିଛି ଦିନ ହେଲା ମାମୁ କୈଳାଶଙ୍କ ଘର ଆଗରେ ଗାଳି ଗୁଲଜ କରୁଥିଲେ। ଗତ ରାତିରେ ଜାଗୁଲା ପୁଣି ଗାଳି କରିବାରୁ କୈଳାଶଙ୍କ ପୁଅ ପିଣ୍ଟୁ ଏହାକୁ ବିରୋଧ କରିଥିଲେ। ବିଳମ୍ବିତ ରାତିରେ ପିଣ୍ଟୁ ଗାଁ ମଣ୍ଡପରେ ବସିଥିବାବେଳେ ଜାଗୁଲା, ତାଙ୍କ ବାପା ଯୁଗଳ ଏବଂ ଅନ୍ଯ ୩ ଜଣ ମିଶି ତାଙ୍କୁ ହାତୁଡାରେ ଅତି ନିର୍ମମ ଭାବେ ପିଟିଥିଲେ । ଘଟଣାସ୍ଥଳରେ ହିଁ ପିଣ୍ଟୁଙ୍କ ମୃତ୍ଯୁ ହୋଇଛି। ପାଟିତୁଣ୍ଡ ଶୁଣି ପିଣ୍ଟୁଙ୍କ ବାପା ମାଆ ଘଟଣାସ୍ଥଳକୁ ଆସିବାରୁ ଦୁବୃର୍ତ୍ତମାନେ ସେମାନଙ୍କୁ ମଧ୍ଯ ଆକ୍ରମଣ କରିଥିଲେ । ଆକ୍ରମଣରେ ଉଭୟ ଆହତ ହୋଇ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଟାଉନଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣଙ୍କୁ ଅଟକ ରଖିଛି ।

Scroll to Top