ଶଳାର ଗୁଳିମାଡ଼ରେ ଭିଣୋଇ ଗୁରୁତର, କାରଣ ଅସ୍ପଷ୍ଟ

ଶଳାର-ଗୁଳିମାଡ଼ରେ-ଭିଣୋଇ-ଗୁରୁତର,-କାରଣ-ଅସ୍ପଷ୍ଟ

ଶଳାର ଗୁଳିମାଡ଼ରେ ଭିଣୋଇ ଗୁରୁତର, କାରଣ ଅସ୍ପଷ୍ଟ

Published By: Deepak – Prameya-News7 Bureau | November 20, 2025 10:43 PM

NEWS7

Boudh

ବୌଦ୍ଧ: ବୌଦ୍ଧରେ ଶଳା ଗୁଳି ମାଡ଼ରେ ଭିଣୋଇ ଗୁରୁତର । ମନମୁଣ୍ଡା ଥାନା ତିଳପଙ୍ଗା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଭିଣୋଇ ଗୁଡ଼ପଡ଼ା ଗ୍ରାମର ବ୍ୟୋମକେଶ ଖଟୁଆ। ଗୁରୁତର ଭାବେ ସୋନପୁର ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ଶଳା ଭିଣୋଇର ସାମାନ୍ୟ ବଚସାରି ଗୁଳିମାଡ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ ବାଉଁଶୁଣି ଥାନା ଗୁଡ଼ପଡ଼ା ଗ୍ରାମର ବ୍ୟୋମକେଶ ଖଟୁଆ ଆଜି ନିଜ ଶ୍ଵଶୁର ଘର ତିଳପଙ୍ଗା ଗ୍ରାମକୁ ଯାଇଥିଲେ। ତେନେ ସେଠାରେ ତାଙ୍କ ଶଳାଙ୍କ ସହିତ କୌଣସି କାରଣରୁ ବଚସା ହୋଇଥିଲା । ବଚସା ଏତେ ଉଗ୍ରରୂପ ନେଲା ଯେ ଶଳା ଘରେ ଥିବା ଏକ ବନ୍ଧୁକ ଆଣି ଭିଣୋଇ ଉପରକୁ ୫ ରାଉଣ୍ଡ ଗୁଳି ଚଳାଇ ଥିବା ବେଳେ ହାତରେ ଦୁଇ ରାଉଣ୍ଡ ଏବଂ ଛାତି ନିକଟରେ ୩ ରାଉଣ୍ଡ ଗୁଳି ବାଜିଥିଲା । ଭିଣୋଇଙ୍କୁ ଗୁଳି ମାରି ଶଳା ସେଠାରୁ ଫେରାର ମାରିଥିବା ବେଳେ ପରିବାର ଲୋକେ ବ୍ୟୋମକେଶ ଙ୍କୁ ଉଦ୍ଧାର କରି ପ୍ରଥମେ ବାଉଁଶୁଣି ମେଡିକାଲ ଓ ପରେ ସୋନପୁର ମେଡିକାଲ କୁ ନେଇ ଭର୍ତ୍ତି କରିଥିଲେ ।

ସୋନପୁର ମେଡ଼ିକାଲରେ ବ୍ୟୋମକେଶଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ କେଉଁ କାରଣରୁ ନେଇ ଗୁଳିକାଣ୍ଡ ଘଟିଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ। ଗୁଳିକାଣ୍ଡ ନେଇ ରିପୋର୍ଟ ଆସିଲେ ଏହାର ତଦନ୍ତ କରାଯିବ ବୋଲି ମନମୁଣ୍ଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Scroll to Top