ନୂଆଦିଲ୍ଲୀ: ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା 6.1 ଜଣାପଡ଼ିଛି। ବିପର୍ଯ୍ୟୟ ଏବଂ ଜରୁରୀକାଳୀନ ପରିଚାଳନା ସଂସ୍ଥା (AFAD) ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ବାଲିକେସିର ପ୍ରଦେଶର ସିଣ୍ଡିର୍ଗି ସହରରେ ଥିଲା। କିଛି ଘର ଭୁଶୁଡିଥିବା ସୂଚନା ମିଳିଛି। ତୁର୍କୀର ଏମର୍ଜେନ୍ସି ରେସପନ୍ସ ଟିମ କୌଣସି କ୍ଷୟକ୍ଷତିର ରିପୋର୍ଟ ଦେଇନାହିଁ।
ଇସ୍ତାନବୁଲ, ବୁର୍ସା, ମାନିସା ଏବଂ ଇଜମିର ପ୍ରଦେଶରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ କୌଣସି କ୍ଷୟକ୍ଷତିର ରିପୋର୍ଟ ହୋଇନାହିଁ। ତୁର୍କୀ ଏକ ପ୍ରମୁଖ ଫଲ୍ଟ ଲାଇନ ଉପରେ ଅବସ୍ଥିତ ଏବଂ ପ୍ରାୟତଃ ଭୂମିକମ୍ପ ଦ୍ୱାରା ପ୍ରଭାବିତ ହୁଏ।
ତୁର୍କୀ ସର୍ବାଧିକ ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ। ଗତ ଅଗଷ୍ଟ ମାସରେ ଉତ୍ତର-ପଶ୍ଚିମ ପ୍ରଦେଶ ବାଲିକେସିରରେ ସିନ୍ଦିର୍ଗିରେ ୬.୧ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏଥିରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ। ସେବେଠାରୁ ଏହି ଅଞ୍ଚଳରେ ଛୋଟ ଛୋଟ ଭୂମିକମ୍ପ ଅନୁଭୂତ ହୋଇଛି।
ସେପ୍ଟେମ୍ବର ମାସରେ, ତୁର୍କୀର ବାଲିକେସିର୍ ପ୍ରଦେଶରେ ୪.୯ ତୀବ୍ରତାର ଭୂମିକମ୍ପ ହୋଇଥିଲା। ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ରିପୋର୍ଟ କରିଛନ୍ତି ଯେ ବାଲିକେସିର୍ର ସିନ୍ଦିର୍ଗି ଅଞ୍ଚଳରେ ଘଟିଥିବା ଭୂମିକମ୍ପର ଗଭୀରତା ୭. କିଲୋମିଟର ଥିଲା। ତୁର୍କୀ ରାଷ୍ଟ୍ରପତି ରେସେପ୍ ଏର୍ଡୋଗାନ୍ ତାଙ୍କ ଦେଶବାସୀଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରି ଏକ ବିବୃତ୍ତି ଜାରି କରିଛନ୍ତି।




