ନୂଆଦିଲ୍ଲୀ ୨୭।୦୯; ଭୂକମ୍ପରେ ଥରିଲା ଚୀନ୍ର ଗାନସୁ । ଶନିବାର ୫.୬ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଯାହା ଯୋଗୁଁ ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ରାଜ୍ୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ ସାତ ଜଣ ଆହତ ହୋଇଛନ୍ତି। ଏଜେନ୍ସି ରିପୋର୍ଟ କରିଛି ଯେ ଆହତମାନଙ୍କ ମଧ୍ୟରୁ କେହି ଗୁରୁତର ହୋଇ ନାହାଁନ୍ତି ଏବଂ ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ଅଛି। ଭୂମିକମ୍ପ ଅନୁଭବ ହେବା ମାତ୍ରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ।
ଚୀନ୍ ଭୂମିକମ୍ପ କେନ୍ଦ୍ର ଅନୁଯାୟୀ, ଲୋଙ୍କସି କାଉଣ୍ଟିରେ ସକାଳ ୫:୪୯ ରେ ଭୂମିକମ୍ପ ହୋଇଥିଲା। ଯାହାର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରରେ ଥିଲା। ରାଜ୍ୟ ପ୍ରସାରକ ସିସିଟିଭି ରିପୋର୍ଟ କରିଛି ଯେ ଆଠଟି ଘର ନଷ୍ଟ ହୋଇଯାଇଛି ଏବଂ ୧୦୦ ରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ରାଜ୍ୟ ଗଣମାଧ୍ୟମ ଦ୍ୱାରା ଅନଲାଇନ୍ରେ ପୋଷ୍ଟ କରାଯାଇଥିବା ଭିଡିଓ ଗୁଡ଼ିକରେ ଜରୁରୀକାଳୀନ କର୍ମୀଚାରୀମାନେ ଭଗ୍ନାବଶେଷ ସଫା କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।




