ଲୌହଦାନବ ମୁହଁରୁ ଟାଣି ଆଣିଲେ ହାବିଲଦାର, ଅଳ୍ପକେ ବର୍ତ୍ତିଲା ଯାତ୍ରୀଙ୍କ ଜୀବନ
Published By: Sangita – Prameya-News7 Bureau | October 27, 2025 07:41 PM
NEWS7
ଭଦ୍ରକ : ଭଦ୍ରକ ଜିଲ୍ଲା ଚରମ୍ପା ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ୱର୍-2 । ଡ୍ୟୁଟିରେ ମୁତୟନ ଥିଲେ ହାବିଲଦାର ଫ୍ରିସକିଲା ଟେଟେ । ସେହି ସମୟରେ ଭଦ୍ରକ ରେଳଷ୍ଟେସନରୁ ଟ୍ରେନ୍ ନମ୍ବର 18021 (Kharagpur – Khurda Road Express ) ଯାଉଥିଲା ଖୋର୍ଦ୍ଧା ଅଭିମୁଖେ। ଆଉ ଜଣେ ଯାତ୍ରୀ ତାର ଦୁଇଟି ବ୍ୟାଗ୍ ସହ ଟ୍ରେନରେ ଚଢିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଦୁର୍ଭାଗ୍ୟ ବସତଃ ସେ ତଳେ ଖସି ପଡ଼ିଥିଲେ । କଣ ଯେ ହୋଇଥାନ୍ତା… କିନ୍ତୁ ଠିକ୍ ଏତିକି ସମୟରେ ଦେବଦୂତ ସାଜି ଆସିଲେ ହାବିଦାଲଦାର ବାବୁ। ଜୋରେ ପାଟି କରି ଲୌହଦାନବ ମୁହଁରୁ ଟାଣି ଆଣିଲେ। ଅଳ୍ପକେ ବର୍ତ୍ତି ଯାଇଥିଲା ଜୀବନ।
ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାପରେ ଚାରିଆଡ଼ୁ ତାଙ୍କୁ ଛୁଟୁଛି ପ୍ରଶଂସାର ସୁଅ। ତାଙ୍କୁ ଦେବଦୂତର ଆଖ୍ୟା ଦେଇଛନ୍ତି ତ କିଏ କହିଛନ୍ତି ରିଅଲ୍ ହିରୋ। ଆମେ ତ କହିବୁ ସେ ପ୍ରଶ୍ଂସାର ହକଦାର ମଧ୍ୟ। ଜଣଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇବା ଛୋଟିଆ କଥା ନୁହେଁ। ଜିଆରପି ପୋଲିସ ସେମିତି କିଛି କରି ସେ ପ୍ରମାଣିତ କରିଛନ୍ତି ପ୍ରକୃତରେ ସେ ଜଣେ ରିଅଲ୍ ହିରୋ।
ଭଦ୍ରକ କାଳୀପୂଜା ଡ୍ୟୁଟିରେ ଆସିଥିଲେ ହାବିଲଦାର ଫ୍ରିସକିଲା ଟେଟେ । ଘଟଣା ଘଟିବା ସମୟରେ ତାଙ୍କ ମୁତୟନ ଚରମ୍ପା ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ୱର୍-2ରେ ହୋଇଥିଲା। ଆଉ ତାଙ୍କ ଉପସ୍ଥିତ ବୁଦ୍ଧି ଓ ସତର୍କତା ପାଇଁ ଜଣେ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଛି, ଯାହା ନିହାତି ଭାବେ ପ୍ରଶଂସନୀୟ ।




