ଲୋକଙ୍କ ପାଇଁ କାମ କରିବାକୁ କଂଗ୍ରେସ ପ୍ରାର୍ଥୀଙ୍କୁ ଟାର୍ଗେଟ୍, ପ୍ରତି ମାସରେ ଦେବେ ରିପୋର୍ଟ

ଲୋକଙ୍କ-ପାଇଁ-କାମ-କରିବାକୁ-କଂଗ୍ରେସ-ପ୍ରାର୍ଥୀଙ୍କୁ-ଟାର୍ଗେଟ୍,-ପ୍ରତି-ମାସରେ-ଦେବେ-ରିପୋର୍ଟ

ଲୋକଙ୍କ ପାଇଁ କାମ କରିବାକୁ କଂଗ୍ରେସ ପ୍ରାର୍ଥୀଙ୍କୁ ଟାର୍ଗେଟ୍, ପ୍ରତି ମାସରେ ଦେବେ ରିପୋର୍ଟ

Published By : Prameya-News7 Bureau | August 17, 2025 IST

ଭୁବନେଶ୍ବର ୧୭।୮: କଂଗ୍ରେସର ୧୦ ପ୍ରତିଶତରୁ ଅଧିକ ଭୋଟ୍ ପାଇଥିବା ପ୍ରାର୍ଥୀଙ୍କୁ ୬ ମାସିଆ କଣ୍ଟ ଦେଲା ଦଳ । ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ପାଇଁ କାମ କରିବାକୁ ଟାର୍ଗେଟ୍ ଓ ଗାଇଡ଼ଲାଇନ । ପ୍ରତି ମାସରେ ଏହାର ସମୀକ୍ଷା ହେବ। ୨୦ ଦିନ ରାଜନୈତିକ ଓ ସାଙ୍ଗଠନିକ କାର୍ଯ୍ୟ କରିବେ ପ୍ରାର୍ଥୀ । ପ୍ରତି ମାସରେ ପ୍ରାର୍ଥୀ ରିପୋର୍ଟ ଦେବେ । ୬ ମାସରେ ପିସିସି କରିବ ବଡ଼ ସମୀକ୍ଷା । ଏହି ଆଧାରରେ କଂଗ୍ରେସ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦଳୀୟ ପ୍ରଭାରୀ ଓ ପିସିସି ସଭାପତିଙ୍କ ନିର୍ଦ୍ଦେଶ । 

ଭୋଟ୍ ଚୋରି, ସମ୍ବିଧାନ ବଞ୍ଚାଅ ପ୍ରସଙ୍ଗ ଓ ରାହୁଲଙ୍କ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଅ । ସ୍ଥାନୀୟ ସମସ୍ୟାକୁ ନେଇ ଲୋକଙ୍କ ସହ ଯୋଡି ହୁଅ । ପଞ୍ଚାୟତ ନିର୍ବାଚନରେ ଭୋଟ୍ ପ୍ରତିଶତ ବଢାଇବା ପାଇଁ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ଓ କେନ୍ଦ୍ର ବିଜେପି ସରକାରର ବିଫଳତାକୁ ଘରେ ଘରେ ପହଞ୍ଚାଇବାକୁ ପ୍ରଭାରୀ ଓ ପିସିସି ସଭାପତି ନିର୍ଦ୍ଦେଶ ଦେଇଛନ୍ତି । କଂଗ୍ରେସ ଯେଉଁ ଲଢେଇ କରୁଛି ସେ କଥା ବି ପହଞ୍ଚାଇବାକୁ ନିର୍ଦ୍ଦେଶ ରହିଛି । ହାରିବା ପରେ ବି ପ୍ରାର୍ଥୀଙ୍କ କେତେ ଲୋକପ୍ରିୟତା ରହିଛି ତାହା ପରଖିବ ଦଳ । ଏଥିସହିତ ଲୋକଙ୍କ ପାଇଁ ସ୍ଥାନୀୟ ନିର୍ବାଚନ ମଣ୍ଡଳୀ ସ୍ତରରେ ଲଢେଇ ବେଳେ ସରକାରୀ ଦଳ ପକ୍ଷରୁ ଅସୁବିଧା ଭୋଗିଲେ ପିସିସିର ଟିମ୍ ସମ୍ପୃକ୍ତ ପ୍ରାର୍ଥୀଙ୍କ ପଛରେ ଛିଡା ହେବ । ଏଥିପାଇଁ ଖୁବ୍‌ଶୀଘ୍ର ଟିମ୍ ଗଠନ ହେବ ବୋଲି ପିସିସି ସଭାପତି ସୂଚନା ଦେଇଛନ୍ତି । 

You Can Read:

ବିଜେପି ଶିବିରରେ ବରିଷ୍ଠ ବିଜେଡି ନେତା ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଗଞ୍ଜାମ ରାଜନୀତିରେ ଚର୍ଚ୍ଚା ଜୋର

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top