ଲିଖିତ ପ୍ରତିଶ୍ରୁତି ଦିଆଯାଇଥିଲା, ହେଲେ ପାଳନ କରିବାକୁ ଅରାଜି କଟକ ଜିଲ୍ଲା ପ୍ରଶାସନ

ଲିଖିତ-ପ୍ରତିଶ୍ରୁତି-ଦିଆଯାଇଥିଲା,-ହେଲେ-ପାଳନ-କରିବାକୁ-ଅରାଜି-କଟକ-ଜିଲ୍ଲା-ପ୍ରଶାସନ

ଲିଖିତ ପ୍ରତିଶ୍ରୁତି ଦିଆଯାଇଥିଲା, ହେଲେ ପାଳନ କରିବାକୁ ଅରାଜି କଟକ ଜିଲ୍ଲା ପ୍ରଶାସନ

Published By: Ruby – Prameya-News7 Bureau | November 10, 2025 05:19 PM

NEWS7

Cuttack

କଟକ ୧୦୧୧: ଲିଖିତ ପ୍ରତିଶ୍ରୁତି ଦିଆଯାଇଥିଲା, ହେଲେ ତାକୁ ପାଳନ କରିବାକୁ ରାଜିନାହିଁ କଟକ ଜିଲ୍ଲା ପ୍ରଶାସନ । ଆଜିକୁ ଠିକ୍ ବର୍ଷେ ତଳେ ବାଲିଯାତ୍ରା ସମୟରେ ଜଣେ ଯୁକ୍ତ ୨ ଛାତ୍ର ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଥିଲେ । ଘଟଣା ଘଟିଥିଲା, କ୍ୟାଣ୍ଟନମେଣ୍ଟ ଥାନା ସମ୍ମୁଖରେ । ଉକ୍ତ ଦିନ ପୀଡିତ ପରିବାରର ଜଣଙ୍କୁ ଚାକିରି ଏବଂ ଆବଶ୍ୟକୀୟ କ୍ଷତିପୂରଣ ଦେବାଲାଗି ଲିଖିତ ପ୍ରତିଶ୍ରୁତି ଦେଇଥିଲା ଜିଲ୍ଲା ପ୍ରଶାସନ । କିନ୍ତୁ ତାକୁ ପାଳନ କରିବାରେ ବାବୁ ମାନେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଆଜି ପୁଣି ମୃତ ଛାତ୍ରଙ୍କ ପରିବାର ଲୋକମାନେ ଏଡିଏମଙ୍କୁ ଭେଟିଛନ୍ତି । ବର୍ଷକ ତଳର ସେହି ଦୁଃଖଦ ଘଟଣା ଏବଂ ପ୍ରଶାସନର ଚଞ୍ଚକତାକୁ ଦେଖିଲେ ଲାଗୁଛି, ସରକାରୀ ଲେଖାର ମଧ୍ୟ କୌଣସି ଗୁରୁତ୍ୱ ରହୁନାହିଁ ।

Scroll to Top