ଲାଲ୍ ସଂଗଠନକୁ ଜୋରଦାର ଝଟକା, ଦୁଇ ମାଓବାଦୀଙ୍କ ଆତ୍ମସମର୍ପଣ

ଲାଲ୍-ସଂଗଠନକୁ-ଜୋରଦାର-ଝଟକା,-ଦୁଇ-ମାଓବାଦୀଙ୍କ-ଆତ୍ମସମର୍ପଣ

ଲାଲ୍ ସଂଗଠନକୁ ଜୋରଦାର ଝଟକା, ଦୁଇ ମାଓବାଦୀଙ୍କ ଆତ୍ମସମର୍ପଣ

Published By: Kirti – Prameya-News7 Bureau | October 29, 2025 09:02 AM

NEWS7

mao

ମାଲକାନଗିରି ୨୯।୧୦ : ଲାଲ ସଂଗଠନକୁ ଝଟ୍‌କା। ଆତ୍ମସମର୍ପଣ କରିଲେ ଦୁଇ ମାଓବାଦୀ। ମାଲକାନଗିରି ସୀମାନ୍ତ ତେଲେଙ୍ଗାନା ପୋଲିସ ନିକଟରେ ମାଓ ସଂଗଠନର ସେଣ୍ଟ୍ରାଲ କମିଟି ସଦସ୍ୟ ପୁଲୁରି ପ୍ରସାଦ ରାଓ ଓରଫ ଚନ୍ଦ୍ରନ୍ନା ଓରଫ ସୋମ୍ମାନା ଏବଂ ଷ୍ଟେଟ କମିଟି ସଦସ୍ୟ ବାଣ୍ଡି ପ୍ରକାଶ ଓରଫ ପ୍ରଭାତ ଆତ୍ମସମର୍ପଣ କରିଛନ୍ତି।

ସିସି ମେମ୍ବର ପୁଲୁରି ପ୍ରସାଦ ରାଓର ଘର ତେଲେଙ୍ଗାନାରେ ହୋଇଥିବା ବେଳେ ସେ ୪୫ ବର୍ଷ ଧରି ମାଓ ସଂଗଠନ ସହିତ ଜଡିତ ଥିଲେ। ପ୍ରସାଦ ୧୭ ବର୍ଷ ଧରି ସିସି ମେମ୍ବର ରହିଥିଲେ। ସେହିପରି ବାଣ୍ଡି ପ୍ରକାଶ ଚାରି ଦଶନ୍ଧି ଧରି ମାଓ ସଂଗଠନ ସହ ଜଡିତ ଥିଲେ। ଦୁଇ ଜଣଙ୍କ ନାଁରେ ଦେଢ କୋଟିରୁ ଅଧିକ ଟଙ୍କାର ପୁରସ୍କାର ରାଶି ରହିଛି। ଚାରୋଟି ରାଜ୍ୟରେ ଏମାନେ ମୋଷ୍ଟ ଓ୍ୱାଣ୍ଟେଡ୍‌ ରହିଥିଲେ। ଏହି ଦୁଇ ନେତାଙ୍କର ଆତ୍ମସମର୍ପଣ ସଂଗଠନକୁ ଦୋହଲାଇ ଦେଇଛି। ଧିରେ ଧିରେ ସମସ୍ତ ସେଣ୍ଟ୍ରାଲ କମିଟି ସଦସ୍ୟ ମୁଖ୍ୟସ୍ରୋତରେ ସାମିଲ ହେଉଥିବା ବେଳେ ସଂଗଠନର ଅନ୍ୟ କର୍ମୀମାନେ ମଧ୍ୟ ମନବଳ ଭାଙ୍ଗୁଛି ବୋଲି ପୋଲିସ କହିଛି। ଆଗାମୀ ଦିନରେ ଆହୁରି ଅନେକ ମାଓବାଦୀ ମୁଖ୍ୟସ୍ରୋତରେ ସାମିଲ ହେବେ ବୋଲି ପୋଲିସ ଆଶା ପ୍ରକଟ କରିଛି।

Scroll to Top