ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍, ଟ୍ରାକ୍ରୁ ଖସିଲା ଗୋଟିଏ ବଗି
Published By: Ruby – Prameya-News7 Bureau | February 14, 2026 05:23 PM
NEWS7
କୋରାପୁଟ ୧୪।୨: କୋରାପୁଟ-କିରୁଣ୍ଡଲ ରେଳପଥରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ମାନବର-ଜରଟି ମଧ୍ୟରେ ଥିବା ତେଲେଙ୍ଗିରି ନାଳ ନିକଟରେ ଲାଇନଚ୍ୟୁତ ହୋଇଛି ମାଲବାହୀ ଟ୍ରେନ୍ ।
ସୂଚନାଯୋଗ୍ୟ ଯେ, କିରୁଣ୍ଡଲ ଠାରୁ ମାଲ୍ ବୋଝେଇ କରି ଆସୁଥିଲା ମାଲବାହୀ ଟ୍ରେନ୍ । ଏହି ସମୟରେ ତେଲେଙ୍ଗିରି ନାଳ ନିକଟରେ ଗୋଟିଏ ବଗି ଲାଇନଚ୍ୟୁତ ହୋଇଯାଇଥିଲା । ଘଟଣାସ୍ଥଳରେ କୋରାପୁଟ ରେଳ ଷ୍ଟେସନରୁ ସ୍ଵତନ୍ତ୍ର ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଖୁବ୍ଶୀଘ୍ର ମାଲବାହୀ ଟ୍ରେନ୍ଟିକୁ ଟ୍ରାକ୍ରୁ ହଟାଯିବା ସହ ଟ୍ରେନ୍ ଟ୍ରାକ୍ରେ ରେଳ ଚଳାଚଳ ସ୍ଵାଭାବିକ ହେବ ବୋଲି ସୂଚନା ମିଳିଛି ।




