ଲଜ୍ଜା ! ଆବାସିକ ବିଦ୍ୟାଳୟରେ ପୁଣି ଛାତ୍ରୀ ହେଲେ ଗର୍ଭବତୀ
Published By: Deepak – Prameya-News7 Bureau | November 20, 2025 08:25 PM
NEWS7
ମାଲକାନଗିରି: ଲଜ୍ଜା ! ଆବାସିକ ବିଦ୍ୟାଳୟରେ ପୁଣି ଜଣେ ଛାତ୍ରୀ ହେଲେ ଗର୍ଭବତୀ । ମାଲକାନଗିରି ଜିଲ୍ଲା ଗୋବିନ୍ଦପଲ୍ଲୀ SSD ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷର ଜଣେ ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ସୂଚନା ମିଳିଛି ।
ଗତ ଦଶହରା ଛୁଟିରେ ଛାତ୍ରୀ ଜଣକ ଘରକୁ ଯାଇ ଫେରିବା ପରେ ବିଦ୍ୟାଳୟର ମେଟ୍ରୋନ ଝିଅଟିର ମାସିକ ପରୀକ୍ଷା କରିଥିଲେ । ତେବେ ଯୁକ୍ତ ଦୁଇର ଛାତ୍ରୀ ଜଣଙ୍କ ରିପୋର୍ଟ ପୋଜେଟିଭି ଆସିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହ ମାଥିଲି ଥାନାରେ ଅଭିଯୋଗ କରିଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ । ଜିଲ୍ଲା ମଙ୍ଗଳ ଅଧିକାରୀ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣାରେ କିଏ ଦୋଷୀ ତାହା ପୋଲିସର ତଦନ୍ତ ପରେ ଜଣା ପଡିବ ।
ଏହା ପୂର୍ବରୁ ରାଜ୍ୟର ଅନେକ ଆବାସିକ ବିଦ୍ୟାଳୟରୁ ଏମିତି ଖବର ସାମ୍ନାକୁ ଆସି ସାରିଛି। କାର୍ଯ୍ୟାନୁଷ୍ଠାନ ହେଉଥିଲେ ମଧ୍ୟ ଏମିତି ଘଟଣା ସମୟ ସମୟରେ ସାମ୍ନାକୁ ଆସୁଛି, ଯାହା ସମାଜ ସହ ଗୁରୁ-ଶିଷ୍ୟ ପରମ୍ପରାକୁ କଳୁଷିତ କରୁଛି।




