ଲଗାଣ ବର୍ଷାରେ ସ୍ଥିତି ବେହାଲ, ମାଲକାନଗିରି ଓ ନବରଙ୍ଗପୁର ଦୁଇ ଜିଲ୍ଲାରେ ସ୍କୁଲ କଲେଜ ଛୁଟି

ଲଗାଣ-ବର୍ଷାରେ-ସ୍ଥିତି-ବେହାଲ,-ମାଲକାନଗିରି-ଓ-ନବରଙ୍ଗପୁର-ଦୁଇ-ଜିଲ୍ଲାରେ-ସ୍କୁଲ-କଲେଜ-ଛୁଟି

ଭୁବନେଶ୍ୱର ୧୮/୦୮: ମାଲକାନଗିରିରେ ବର୍ଷା କମିଛି, ହେଲେ ବଢ଼ିଛି ଦୁର୍ଦ୍ଦଶା । ପୋଟେରୁ ପୋଲ ଉପରେ ଏବେବି ୪ ଫୁଟ ପାଣି ଚାଲିଛି । ସେହିପରି କାଙ୍ଗୋରୁକୋଣ୍ଡା ପୋଲ ଉପରେ ପାଣି ପ୍ରବାହିତ ହେଉଛି । ୩୨୬ ନଂ ଜାତୀୟ ରାଜପଥରେ ଯାତାୟାତ ଠପ୍ ହୋଇଯାଇଛି । ସେପଟେ ବର୍ଷା ଯୋଗୁ ଆଜି ମାଲକାନଗିରି ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ।

ସରକାରୀ ଓ ଘରୋଇ ସ୍କୁଲ ଛୁଟି । ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି । ପ୍ରବଳ ବର୍ଷାର ପୂର୍ବାନୁମାନ ନେଇ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିବା ପରେ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଆଜି ପାଇଁ ମାଲକାନଗିରି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । 

ସେପଟେ ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲ୍ଲାରେ ପ୍ରବଳବର୍ଷା ହେବାନେଇ ରେଡ ଆଲର୍ଟ ଜାରି କରାଯାଇଛି । ଫଳରେ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡିକୁ ଆଜି ଗୋଟିଏ ଦିନପାଇଁ ବନ୍ଦ ଘୋଷଣା କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ । ଶିକ୍ଷକ, ଶିକ୍ଷୟତ୍ରୀ ଓ ଅନ୍ୟ କର୍ମଚାରୀ ସ୍କୁଲରେ ଉପସ୍ଥିତ ରହିବାପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ ଦେଇଛନ୍ତି l

Scroll to Top