ଲଗାଣ ବର୍ଷାରେ ସ୍ଥିତି ବେହାଲ, ପୋଲ ଉପରେ ଚାଲିଛି ୪-୫ ଫୁଟ୍ର ପାଣି
Published By : Prameya-News7 Bureau | August 23, 2025 IST

ମାଥିଲି ୨୩।୦୮ : ଲଗାଣ ବର୍ଷାରେ ବେହାଲ ସୀମାନ୍ତ ମାଲକାନଗିରି । ସୀମାନ୍ତ ମୋଟୁ ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥର ଆନ୍ଦ୍ରପ୍ରଦେଶର କୁଇଗୁର ପୋଲ ନିକଟରେ ବନ୍ୟାଜଳ ପ୍ରଭାବିତ ହେଉଛି । ଯାହାଫଳରେ ଉକ୍ତ ପୋଲରେ ଯିବାଆସିବ ଠପ୍ ରହିଛି । ଆଜକୁ ପ୍ରାୟ ତିନି ଦିନ ହେବ ବିଜୟଓ୍ୱାଡା-ରାଞ୍ଚି ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ଠପ୍ ରହିଛି ।

ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଲଗାଣ ବର୍ଷା ଲାଗି ଗୋଦାବରୀ ନଦୀରେ ଜଳସ୍ତର ବଢିବାରେ ଲାଗିଛି । ଯାହାଫଳରେ ତଳିଆ ଅଞ୍ଚଳରେ ଜଳ ପ୍ରଳୟ ଦେଖିବାକୁ ମିଳିଛି । ଏମିତିକି କୁଇଗୁର ପୋଲ ନିକଟରେ ଥିବା ମୁଖ୍ୟ ରାସ୍ତା ୩୨୬ ନମ୍ବର ଜାତୀୟ ରାଜପଥ ସଂପୂର୍ଣ୍ଣ ଭାବେ ବୁଡ଼ି ଯାଇଛି । କୁଇଗୁର ପୋଲ ଉପରେ ୪ରୁ ୫ ଫୁଟ ବନ୍ୟା ଜଳ ପ୍ରଭାବିତ ହେଉଛି । ଯାହାଫଳରେ ପୋଲର ଉଭୟ ପଟେ ଶତାଧିକ ଟ୍ରକ, ଟ୍ରଲର ଆଦି ଗାଡ଼ି ଅଟକି ରହିଛି । ସେହିପରି ମାଲକାନଗିରିର କିଛି ଅଞ୍ଚଳରେ ବନ୍ୟା ଜଳ ବଢୁଥିବାର ଦେଖିବାକୁ ମିଳିଛି ।





