ଲଗାଣ ବର୍ଷାରେ ବେହାଲ ସ୍ଥିତି, ପୋଲ ଉପରେ ଚାଲିଛି ୨-୩ ଫୁଟର ପାଣି
Published By : Prameya-News7 Bureau | August 16, 2025 IST

କାଲିମେଳା ୧୬।୦୮ : ଲଘୁଚାପ ଜନିତ ଲଗାଣ ବର୍ଷାରେ ବୁଡ଼ିଲା ପୋଲ । ମାଲକାନଗିରି ଜିଲ୍ଲା ୩୨୬ ନମ୍ବର ଜାତୀୟ ରାଜପଥ ଏମ୍ଭି ୯୬ ପୋଲ। ଶନିବାର ଭୋର ୪ଟାରୁ ପୋଲ ଉପରେ ପାଖାପାଖି ୨ ରୁ ୩ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଯାହାଫଳରେ ମାଲକାନଗିରି ଜିଲ୍ଲା କାଲିମେଳାରୁ ଏମ୍ଭି ୯୬କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ଖବର ଅନୁଯାୟୀ, ଲଘୁଚାପ ପ୍ରଭାବରେ ଗତ କିଛି ଦିନ ହେଲା ଲଗାଣ ବର୍ଷା ଜାରି ରହିଛି । ଯେଉଁଥି ଲାଗି କାଲିମେଳା ବ୍ଲକ ଏମଭି ୯୬ ଗ୍ରାମ ନିକଟ ପୋଲ ଉପରେ ୨ ରୁ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ଏପିରିକି ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଉଭୟ ପାର୍ଶ୍ଵରେ ଯାତ୍ରୀବାହୀ ବସ୍ ଠାରୁ ଆରମ୍ଭ କରି ମାଲବାହୀ ଟ୍ରକ୍ ଓ ଅନ୍ୟାନ୍ୟ ଗାଡି ଅଟକି ରହିଛି। ଏମଭି ୭୯ ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡିଙ୍କ ନେତୃତ୍ୱରେ ପୋଲିସ ସୁରକ୍ଷା ଯୋଗାଇ ଦିଆଯାଇଛି। କାଲିମେଳା ଅଞ୍ଚଳରେ ଅଧିକ ବର୍ଷା ହେଉ ନଥିଲେ ମଧ୍ୟ ଉପର ମୁଣ୍ଡରେ ବର୍ଷା ଯୋଗୁଁ ପାଣି ବଢୁଥିବା ଜଣାପଡ଼ିଛି।
ସମ୍ବନ୍ଧିତ ଖବର







