ଲକ୍ଷ୍ମୀସାଗରର ଥାନା ଅଞ୍ଚଳରୁ ସେକ୍ସ ରାକେଟ୍ ଠାବ ଘଟଣା : ସମସ୍ତ ଗ୍ରାହକଙ୍କୁ ଏଚ୍ଆଇଭି ବ୍ୟାପିଥିବା ସନ୍ଦେହ

ଲକ୍ଷ୍ମୀସାଗରର-ଥାନା-ଅଞ୍ଚଳରୁ-ସେକ୍ସ-ରାକେଟ୍-ଠାବ-ଘଟଣା-:-ସମସ୍ତ-ଗ୍ରାହକଙ୍କୁ-ଏଚ୍ଆଇଭି-ବ୍ୟାପିଥିବା-ସନ୍ଦେହ

ଭୁବନେଶ୍ବର ୧୦: ଭୁବନେଶ୍ବରରେ ଝାଡ଼ଖଣ୍ଡ ନାବାଳିକା ଦୁଷ୍କର୍ମ ଘଟଣା ପରେ ଯେଉଁ ବଡ଼ ସେକ୍ସ ରାକେଟ୍‌ର ଗୁମର ଖୋଲିଥିଲା ତାର ତନାଘନା ଜୋରଦାର କରିଛି କ୍ରାଇମବ୍ରାଞ୍ଚ ସେପଟେ ଏହି ଘଟଣାରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଲକ୍ଷ୍ମୀସାଗରର ଯେଉଁ ଘରୁ ସେକ୍ସ ରାକେଟ୍ ଠାବ ହୋଇଥିଲା ସେହି ଘରକୁ ଯାଇଥିବା ପ୍ରାୟ ସମସ୍ତ ଗ୍ରାହକଙ୍କୁ ଏଚ୍‌ଆଇଭି ବ୍ୟାପିଥିବା ସନ୍ଦେହ କରାଯାଉଛି I ସେଠାକୁ ନିୟମିତ ଆସୁଥିବା ଗ୍ରାହକଙ୍କ ମଧ୍ୟରୁ ପ୍ରାୟ ୨୭ ଜଣଙ୍କୁ ଏଚ୍‌ଆଇଭି ସଂକ୍ରମଣ ବ୍ୟାପିଥିବା ସନ୍ଦେହ ପ୍ରକାଶ ପାଇଛି I କ୍ୟାପିଟାଲ ଥାନା ପୋଲିସ ଦ୍ବାରା ଧରାପଡିଥିବା ଜଣେ ଅଭିଯୁକ୍ତ ପଜିଟିଭ୍ ହେବା ପରେ ତନାଘନା ଆରମ୍ଭ ହୋଇଛି I ଆଉ ସେଠାକୁ ନିୟମିତ ଯିବାଆସିବା କରୁଥିବା ଗ୍ରାହକଙ୍କ ଭିତରେ କୋକୁଆ ଭୟ ଖେଳିଯାଇଛି I

ଅନ୍ୟପଟେ ଏହି ଘଟଣାର ଗୁରୁତ୍ବକୁ ଦେଖି ଏହାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିଛି ପୋଲିସ ଅର୍ଥାତ ୩ ମାସ ମଧ୍ୟରେ ଦୁଷ୍କର୍ମ ମାମଲାର ଚାର୍ଜସିଟ୍ କୋର୍ଟରେ ଦାଖଲ କରିବ ପୋଲିସ  ତଦନ୍ତରେ ସାମିଲ ହୋଇଛନ୍ତି କ୍ରାଇମ୍ ଏଗେନଷ୍ଟ ୱିମେନ (CAW)ର ଅଧିକାରୀ ସିଏଡବ୍ଲୁ ଡିଏସ୍‌ପି କ୍ୟାପିଟାଲ ଥାନାର ତଦନ୍ତକାରୀ ଅଧିକାରୀଙ୍କୁ ତଦନ୍ତର ଅଗ୍ରଗତି ସଂପର୍କରେ ପଚାରି ବୁଝିଛନ୍ତି  

ଯେଉଁ ଘରେ ସେକ୍ସ ରାକେଟ୍ ଠାବ ହୋଇଥିଲା ସେହିଘରୁ ଏଡସ୍‌ ମେଡିସିନ ଜବତ ହୋଇଥିଲା ଯାହାକୁ ନେଇ ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଥିଲା । ଏହି ମେଡିସିନ କୋଲକାତାରୁ କିଣା ଯାଇଥିବା ମଧ୍ୟ ଜଣାପଡିଥିଲା ଲକ୍ଷ୍ମୀସାଗର ସେକ୍ସ ରାକେଟ୍‌ରେ ସ୍‌ସ ରୋଗୀ ଥିବା ସନ୍ଦେହ କରାଯାଉଥିଲା ।

ଅନ୍ୟପଟେ ଏବେବି ପୋଲିସ ହାତରେ ଧରାପଡିନାହିଁ ସେକ୍ସ ରାକେଟ୍ ପରିଚାଳନା କରୁଥିବା ବାରିକ୍ ବାବୁ ବାରିକ୍ ବାବୁକୁ ଧରିବା ପାଇଁ କ୍ୟାପିଟାଲ ଥାନା ପୋଲିସ ସହିତ ଲକ୍ଷ୍ମୀସାଗର ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି  BNS 183ରେ ନାବାଳିକାଙ୍କ ବୟାନ କୋର୍ଟରେ ରେକର୍ଡ କରାଯିବ ଏଥିରୁ ବହୁ ଗୁମର ଖୋଲିବା ସମ୍ଭାବନା ରହିଛି ସେହିପରି ଉଦ୍ଧାର ହୋଇଥିବା ଯୁବତୀ ମାନଙ୍କୁ ସେମାନଙ୍କ ଘରକୁ ପଠାଇବା ପାଇଁ କୋର୍ଟର ନିର୍ଦ୍ଦେଶକୁ ଅପେକ୍ଷା କରିଛି ପୋଲିସ ​​​​​​​

Scroll to Top