ରୋଗୀଙ୍କୁ ଚିକିତ୍ସା ପାଇଁ ନେଇ ଯାଉଥିଲେ, ବାଟରେ ଛକି ବସିଥିଲା ଯମ
Published By: Ruby – Prameya-News7 Bureau | February 08, 2026 04:05 PM
NEWS7
ଦିଗପହଣ୍ଡି ୮।୨: ରୋଗୀଙ୍କୁ ଚିକିତ୍ସା ପାଇଁ ନେଇ ଯାଉଥିଲେ । ବାଟରେ ଛକି ବସିଥିଲା ଯମ । ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ । ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଅନ୍ତର୍ଗତ ସୁନପୂର ଗାଁରେ ଏଭଳି ଦୁର୍ଘଟଣା ଘଟିଛି ।
ଏ ଖବର ବି ପଢ଼ନ୍ତୁ:-ରାଜ୍ୟରେ ଧାନ କିଣା ପ୍ରକ୍ରିୟା ସଠିକ୍ ଭାବେ ଚାଲିଛି, ଯିଏ ଆନ୍ଦୋଳନ କରୁଛନ୍ତି ସେମାନେ ଚାଷୀ ନୁହନ୍ତି
ସୂଚନାଯୋଗ୍ୟ ଯେ, ଆନ୍ଧ୍ର ପ୍ରଦେଶର ନନ୍ଦିଗାମ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସୁନପୁରମରୁ ୭ ଜଣ ବ୍ୟକ୍ତି ଏକ କାରରେ ଶ୍ରୀକାକୁଲମକୁ ଯାଉଥିବା ବେଳେ ରାଜପଥ ଉପରେ ଅଟକିଥିବା ଏକ ଆଇଚର ଭ୍ୟାନରେ କାର୍ଟି ଧକ୍କା ହୋଇଯାଇଥିଲା । ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା । ମୃତକ ଦୁଇ ଜଣ ଡାଲିଆ ଓ ମୋହିନାମ୍ମା ବୋଲି ଜଣାପଡିଛି । ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ ଟେକାଲି ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।




