ରେଳ ମନ୍ତ୍ରୀଙ୍କୁ ବିଜେଡି ସାଂସଦଙ୍କ ଚିଠି, ଦକ୍ଷିଣ ଓଡ଼ିଶାରେ ରେଳ ପଥର ବିକାଶ ପାଇଁ କଲେ ଅନୁରୋଧ
ରେଳ ମନ୍ତ୍ରୀଙ୍କୁ ବିଜେଡି ସାଂସଦଙ୍କ ଚିଠି । ଦକ୍ଷିଣ ଓଡ଼ିଶାରେ ରେଳ ପଥର ବିକାଶ ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି ବିଜେଡି ସାଂସଦ ।
Published By: Kirti – Prameya-News7 Bureau | April 14, 2026 01:28 PM
NEWS7
ଭୁବନେଶ୍ୱର ୧୪।୦୪ : ରେଳ ମନ୍ତ୍ରୀଙ୍କୁ ବିଜେଡି ସାଂସଦଙ୍କ ଚିଠି । ଦକ୍ଷିଣ ଓଡ଼ିଶାରେ ରେଳ ପଥର ବିକାଶ ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ।
ଚିଠିରେ ସାଂସଦ ସସ୍ମିତ ପାତ୍ର ଲେଖିଛନ୍ତି ଯେ, ଦକ୍ଷିଣ ଓଡ଼ିଶାରେ ନୂଆ ରେଳ ପଥ ନିର୍ମାଣ ପାଇଁ ଅନୁମୋଦନ ହେଉ । ରେଳ ପଥର କାମକୁ ତ୍ୱରାନ୍ୱିତ କରାଯାଉ । ଏହାସହିତ ରେଳ ପଥ ଗୁଡ଼ିକର ମରାମତି କରିବା ସହ ବ୍ରହ୍ମପୁର ରେଳ ଷ୍ଟେସନର ନବୀକରଣ ଆଦି କାମ କରିବାକୁ ସସ୍ମିତ ତାଙ୍କ ଚିଠି ଉଲ୍ଲେଖ କରିଛନ୍ତି । ଦକ୍ଷିଣ ଓଡ଼ିଶା ରେଳପଥ ଉନ୍ନୟନ ମିଳିତ କ୍ରିୟାନୁଷ୍ଠାନ କମିଟିର ଦାବିକୁ ଉଲ୍ଲେଖ କରି ଏହି ଚିଠି ଲେଖିଥିବା ଦର୍ଶାଇଛନ୍ତି ।
Also Read:-ଆଶ୍ରମରେ ଝାଡ଼ାବାନ୍ତି ଘଟଣାରେ ଆକ୍ସନ, ପ୍ରଧାନଶିକ୍ଷକ ନିଲମ୍ବିତ, ସ୍ଥିତି ପରଖିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର




