ରେଭେନ୍ସା ରାଗିଂ ଘଟଣା; ୧୦ ଜଣ ଛାତ୍ରଙ୍କ ଉପରୁ ଉଠିଲା ନିଲମ୍ବନ

ରେଭେନ୍ସା-ରାଗିଂ-ଘଟଣା;-୧୦-ଜଣ-ଛାତ୍ରଙ୍କ-ଉପରୁ-ଉଠିଲା-ନିଲମ୍ବନ

ରେଭେନ୍ସା ରାଗିଂ ଘଟଣା; ୧୦ ଜଣ ଛାତ୍ରଙ୍କ ଉପରୁ ଉଠିଲା ନିଲମ୍ବନ

ରେଭେନ୍ସା ରାଗିଂ ଅଭିଯୋଗ ଘଟଣା ପରେ ତାତିଥିଲେ ଛାତ୍ରଛାତ୍ରୀ । ଘଟଣା ପ୍ରତିବାଦରେ କୁଳପତିଙ୍କ କାର୍ଯ୍ୟାଳୟର ଆଗରେ ପ୍ରଥମବର୍ଷ ଓ ତୃତୀୟ ବର୍ଷ ଇଷ୍ଟ ହଷ୍ଟେଲ ୟୁଜି ଛାତ୍ରମାନେ ଧାରଣା ଦେଇଥିଲେ । ରେଭେନସାରେ ଆସିଥିବା ରାଗିଂ ଘଟଣାରେ ସକାଳେ ଟ୍ବିଷ୍ଟ ଆଣି ଆମକୁ ରାଗିଂ ଅଭିଯୋଗ ପାଇଁ ବାଧ୍ୟ କରାଯାଉଛି ବୋଲି କହିଥିଲେ ସଂପୃକ୍ତ ଛାତ୍ର ।

୧୦ ଛାତ୍ରଙ୍କ ଉପରୁ ଉଠିଲା ନିଲମ୍ବନରେଭେନ୍ସା ବିଶ୍ୱବିଦ୍ୟାଳୟର ରାଗିଂ ଘଟଣାରେ ଛାତ୍ରଙ୍କ ଉପରୁ ଉଠିଲା ନିଲମ୍ବନ । ୧୦ ଜଣ ଛାତ୍ରଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିଛନ୍ତି ରେଭେନ୍ସା କର୍ତ୍ତୃପକ୍ଷ । ଏ ନେଇ ଆଜି ଚିଫ ୱର୍ଡେନ ନୋଟିସ ମାଧ୍ୟମରେ ଜଣାଇଛନ୍ତି । ସୂଚନା ଅନୁଯାୟୀ, ଗତ ଶନିବାର ବିଳମ୍ବିତ ରାତିରେ ଇଷ୍ଟ ହଷ୍ଟେଲର ୟୁଜି ତୃତୀୟ ବର୍ଷର ୧୦ଜଣ ଅନ୍ତେବାସୀ ୟୁଜିର ପ୍ରଥମ ବର୍ଷ ଛାତ୍ରଙ୍କୁ ଗାଲିଗୁଲଜ କରିବା ସହ ରାଗିଂ କରିଥିବା କର୍ତ୍ତୃପକ୍ଷ କହିଥିଲେ ।

ତେବେ ଘଟଣାର ତଦନ୍ତ କରି ରେଭେନ୍ସା କର୍ତ୍ତୃପକ୍ଷ ବିଶୃଙ୍ଖଳା ସୃଷ୍ଟି କରିଥିବା ଛାତ୍ରମାନଙ୍କୁ ତୁରନ୍ତ ହଷ୍ଟେଲ ଛାଡ଼ିବାକୁ ରବିବାର ସଂଧ୍ୟାରେ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ନିଲମ୍ବିତ ଛାତ୍ର ଧାରଣାରେ ବସିବା ସହ ବିନା ପ୍ରମାଣରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କହିଥିଲେ । ଏମିତିକି ରାଗିଂ ହୋଇଥିବା ଛାତ୍ର ମାନେ ମଧ୍ୟ ଗଣମାଧ୍ୟମ ସମ୍ମୁଖରେ ସେଭଳି କିଛି ଘଟିନାହିଁ ବୋଲି କହିଥିଲେ । ଏହାପରେ ଅକଳରେ ପଡ଼ିଥିଲେ କର୍ତ୍ତୃପକ୍ଷ, ତେବେ ଆଜି ଏହି ନିଷ୍ପତି ପ୍ରତ୍ୟାହାର କରିଛନ୍ତି ।

Also Read

ରେଭେନ୍ସା ରାଗିଂ ଅଭିଯୋଗ ଘଟଣା ପରେ ତାତିଥିଲେ ଛାତ୍ରଛାତ୍ରୀ । ଘଟଣା ପ୍ରତିବାଦରେ କୁଳପତିଙ୍କ କାର୍ଯ୍ୟାଳୟର ଆଗରେ ପ୍ରଥମବର୍ଷ ଓ ତୃତୀୟ ବର୍ଷ ଇଷ୍ଟ ହଷ୍ଟେଲ ୟୁଜି ଛାତ୍ରମାନେ ଧାରଣା ଦେଇଥିଲେ । ରେଭେନସାରେ ଆସିଥିବା ରାଗିଂ ଘଟଣାରେ ସକାଳେ ଟ୍ବିଷ୍ଟ ଆଣି ଆମକୁ ରାଗିଂ ଅଭିଯୋଗ ପାଇଁ ବାଧ୍ୟ କରାଯାଉଛି ବୋଲି କହିଥିଲେ ସଂପୃକ୍ତ ଛାତ୍ର । ଏନେଇ କୁଳ ସଚିବଙ୍କୁ ମଧ୍ୟ ଚିଠି ଲେଖିଥିଲେ । ଇଷ୍ଟ ହଷ୍ଟେଲର ନୂତନ ଅନ୍ତେବାସୀଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଆସିଥିବା ୧୦ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ କର୍ତ୍ତୃପକ୍ଷ । ଆଉ ସେହି ଘଟଣାରେ ତଦନ୍ତ କରିବା ପରେ ଏବେ ଛାତ୍ରଙ୍କ ଉପରୁ ନିଲମ୍ବନ ଉଠିଇ ଦିଆଯାଇଛି ।

ଖାଲି ସେତିକି ନୁହେଁ, ରେଭେନ୍ସା ବିଶ୍ବବିଦ୍ୟାଳୟରେ ରାଗିଂ ଘଟଣାରେ ଚିଫ୍ ଓ୍ବାର୍ଡେନ୍ ସୁଦର୍ଶନ ମିଶ୍ର ମଧ୍ୟ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ, ଇଷ୍ଟ ହଷ୍ଟେଲର ସିନିୟର ଛାତ୍ରମାନେ ଜୁନିଅରମାନଙ୍କୁ ଗାଳି କରିବା ନେଇ ଆଣ୍ଟି ରାଙ୍ଗି ସେଲ୍ ନିକଟରେ ଅଭିଯୋଗ ହୋଇଥିଲା । ଏହାପରେ କମିଟି ସୁପାରିସରେ ୧୦ ଜଣ ସିନିୟର୍ ଛାତ୍ରଙ୍କୁ ହଷ୍ଟେଲରୁ ନିଲମ୍ବିତ କରାଯାଇଛି । ଯଦି ଅଭିଯୋଗକାରୀ ଏଭଳି କିଛି ଘଟଣାକୁ ଅସ୍ବୀକାର କରୁଛନ୍ତି ତେବେ ଆଣ୍ଟି ରାଙ୍ଗି ସେଲ୍ ଏହାର ତଦନ୍ତ କରିବ ବୋଲି କହିଥିଲେ ଚିଫ୍ ଓ୍ବାର୍ଡେନ ସୁଦର୍ଶନ ମିଶ୍ର ।

ଓଟିଭି ହ୍ଵାଟ୍ସଅପ

Scroll to Top