ରାହୁଲ ଗାନ୍ଧିଙ୍କ ବିରୋଧରେ ଲୋକସଭାରେ ପ୍ରସ୍ତାବ ପେସ୍ କଲା ବିଜେପି, ଜାଣନ୍ତୁ ‘ସବଷ୍ଟାଣ୍ଟିଭ’ ମୋସନ କ’ଣ?

ରାହୁଲ-ଗାନ୍ଧିଙ୍କ-ବିରୋଧରେ-ଲୋକସଭାରେ-ପ୍ରସ୍ତାବ-ପେସ୍-କଲା-ବିଜେପି,-ଜାଣନ୍ତୁ-‘ସବଷ୍ଟାଣ୍ଟିଭ’-ମୋସନ-କ’ଣ?

ନୂଆଦିଲ୍ଲୀ ୧୨।୨ : ବିଜେପି ସାଂସଦ ନିଶିକାନ୍ତ ଦୁବେ ଗୁରୁବାର ସଂସଦରେ ସବଷ୍ଟାଣ୍ଟିଭ ମୋସନ (ସ୍ୱତନ୍ତ୍ର ପ୍ରସ୍ତାବ) ଉପସ୍ଥାପନ କରି ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ସଂସଦ ସଦସ୍ୟତା ରଦ୍ଦ କରିବା ଓ ଭବିଷ୍ୟତରେ ଯେପରି ନିର୍ବାଚନ ଲଢି ନ ପାରନ୍ତି ସେଥି ପାଇଁ କଟକଣା ଲଗାଇବାକୁ ଦାବି କରିଛନ୍ତି। ଦୁବେ ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧି ସୋରସ ଫାଉଣ୍ଡେସନ ଓ ଦେଶକୁ ଭାଗଭାଗ କରିବାକୁ ଚାହୁଁଥିବା ଶକ୍ତିଙ୍କ ସହ ମିଶି ଦେଶ ବିରୋଧୀ କାମ କରୁଛନ୍ତି। ଏହା ସହିତ ସେ ମିଥ୍ୟା କଥା କହି ସଂସଦକୁ ଭ୍ରମିତ ମଧ୍ୟ କରୁଛନ୍ତି।

ରାହୁଲଙ୍କ ବିରୋଧରେ ଡ. ନିଶିକାନ୍ତ ଦୁବେଙ୍କ ପ୍ରସ୍ତାବ ପରେ ସଂସଦରେ ଜୋରଦାର ହଙ୍ଗାମା ହୋଇଥିଲା। ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହୋଇଥିଲେ। ଏଣୁ ଗୃହର କାର୍ଯ୍ୟ ଦିନ ତମାମ ପ୍ରଭାବିତ ହୋଇଥିଲା ଓ ଶେଷରେ ସ୍ଥଗିତ କରିଦିଆଯାଇଛି। ନିଶିକାନ୍ତ ଲୋକସଭା ନିୟମ ୩୫୨(୫), ୩୫୩ର ଉଦାହରଣ ଦେଇ ଏହି ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ଏହା ଏପରି ପ୍ରସ୍ତାବ ଯାହା ମାଧ୍ୟମରେ ସଦନରେ କୌଣସି ପ୍ରସଙ୍ଗ ଉପରେ ନିଜର ମତ ବ୍ୟକ୍ତ କରିଥାଏ ଓ ନିଷ୍ପତ୍ତି ଦାବି କରିଥାଏ। ତେବେ ଏପରି ପ୍ରସ୍ତାବ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ସଦନର ପ୍ରକ୍ରିୟା ଓ ବିତର୍କ ପର ହୋଇଥାଏ। କାରଣ ଏହା ଦ୍ୱାରା ବିରୋଧୀ ଓ ସରକାରଙ୍କ ମତପାର୍ଥକ୍ୟ ଆହୁରି ଗଭୀର ହୋଇଥାଏ।

ବିଜେପି ସାଂସଦ ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧି ବିଦେଶ ଯାତ୍ରା କାଳରେ ସୋରସ ଫାଉଣ୍ଡେସନ, ୟୁଏସଏଆଇଡି ଓ ଫୋର୍ଡ ଫାଉଣ୍ଡେସନ ଭଳି ସଙ୍ଗଠନର ଲୋକଙ୍କ ସମ୍ପର୍କରେ ରହିଥାନ୍ତି ଓ ଭାରତ ବିରୋଧୀ ତତ୍ୱଙ୍କ ସହ ମିଶି କାମ କରନ୍ତି। ସେ କହିଛନ୍ତି ଯେ ସାମ୍ବିଧାନିକ ସଂସ୍ଥା ଯେପରି ନିର୍ବାଚନ ଆୟୋଗ, ସୁପ୍ରିମକୋର୍ଟ ଓ ଲୋକସଭା ଅଧ୍ୟକ୍ଷଙ୍କ ଉପରେ ପ୍ରଶ୍ନ ଉଠାଇ ରାହୁଲ ନୂଆ କାହାଣୀ ପ୍ଲାଣ୍ଟ କରୁଛନ୍ତି।

ତେବେ ଦୁବେଙ୍କୁ ସଂସଦରେ ବିରୋଧୀ ଦଳ ସାଂସଦମାନେ କଡ଼ା ବିରୋଧ କରିଛନ୍ତି ଓ ଏହାକୁ ରାଜନୈତିକ ପ୍ରତିଶୋଧର କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦକ କେ.ସି.ବେଣୁ ଗୋପାଲ କହିଛନ୍ତି ଯେ ତାଙ୍କ ପାର୍ଟି କୌଣସି ପ୍ରସ୍ତାବକୁ ଡରେ ନାହିଁ ଓ ସଂସଦରେ ପାର୍ଟି ନିଜର କଥା ଉଠାଇବ। ସେ ଅଭିଯୋଗ କରିଛନ୍ତି ଯେ ସଂସଦରେ ବିରୋଧୀ ଦଳଙ୍କ ସ୍ୱରକୁ ଦବାଇ ଦେବାକୁ ଶାସକ ଦଳ ଉଦ୍ୟମ କରୁଛନ୍ତି। ଏଥି ପାଇଁ ରାହୁଲ ଗାନ୍ଧିଙ୍କ ବକ୍ତବ୍ୟକୁ ରେକର୍ଡରୁ ହଟାଉଛନ୍ତି। ତେବେ ବିଜେପି ସାଂସଦ ୱାନାଥି ଶ୍ରୀନିବାସନ ରାହୁଲଙ୍କୁ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ରାଜନୀତି ନ କରିବାକୁ ନିବେଦନ କରିଛନ୍ତି। ସେ କିହଛନ୍ତି ଯେ ଜନତା ବିରୋଧୀ ଦଳଙ୍କୁ ସୀମିତ ସମର୍ଥନ ଦେଇଛନ୍ତି। ଏଣୁ ସଂସଦ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଉଚିତ ନୁହେଁ।

ଏହା ବି ପଢନ୍ତୁ :-

Scroll to Top