ନୂଆଦିଲ୍ଲୀ ୬।୧୧: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣରେ ଦିଲ୍ଲୀ ରାଜନୀତି ଏବେ ସରଗରମ। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ହରିୟାଣାରେ ଭୋଟ ଚୋରି ଅଭିଯୋଗର ଦିନକ ପରେ ଆମ ଆଦମୀ ପାର୍ଟି (ଆପ୍) ଚାଞ୍ଚଲ୍ୟକର ଅଭିଯୋଗ ଆଣିଛି। ଆପ ନେତା ତଥା ଦିଲ୍ଲୀ ସଂଯୋଜକ ସୌରଭ ଭରଦ୍ୱାଜ ଗୁରୁବାର ବିଜେପି ବିରୋଧରେ ଗୁରୁତର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ବିଜେପିର ଜନୈକ କର୍ମୀ ଦୁଇଟି ରାଜ୍ୟର ନିର୍ବାଚନରେ ଭୋଟ ଦେଇଛନ୍ତି। ସେ ଏହାର ପ୍ରମାଣ ମଧ୍ୟ ଉପସ୍ଥାପନ କରିଛନ୍ତି।
ସୌରଭ ଭରଦ୍ୱାଜ ଅଭିଯୋଗ କରିଛନ୍ତି ଯେ ବିଜେପିର ଜନୈକ କାର୍ଯ୍ୟକର୍ତ୍ତା ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭୋଟ ଦେବା ପରେ ବି ଆଜି ବିହାରର ଶିବାନରେ ଭୋଟ ଦେଇଛନ୍ତି। ସୌରଭ ଅଭିଯୋଗ କରିଛନ୍ତି ଯେ ଏହି ବିଜେପି କର୍ମୀ ୫ ଫେବୃଆରୀ ୨୦୨୫ରେ ଦିଲ୍ଲୀ ଓ ୬ ନଭେମ୍ବର ୨୦୨୫ରେ ଶିବାନରେ ଭୋଟ ଦେଇଛନ୍ତି। ଏହି ଅଭିଯୋଗ ରାହୁଲ ଗାନ୍ଧିଙ୍କ ହରିୟାଣାରେ ଭୋଟ ଚୋରି ଅଭିଯୋଗର ଦିନକ ପରେ ଆସିଛି, ଯାହା ଏବେ ପ୍ରସଙ୍ଗକୁ ଆଞ୍ଚ ଦେଇଛି।
Big Expose
वोट चोरी का सुबूत आपके सामने हैं । भाजपा का एक कार्यकर्ता पहले 05 फ़रवरी 2025 को दिल्ली विधानसभा चुनाव में वोट डालता है। उसके बाद आज 06 नवंबर 2025 वो बिहार के विधानसभा चुनाव में वोट डालता है। दिल्ली के द्वारका में फिर बिहार के सिवान में वोट डाला।SIR के बाद ये… pic.twitter.com/dl7KIzxPS7
— Saurabh Bharadwaj (@Saurabh_MLAgk) November 6, 2025
ଆପ ନେତା ସୌରଭ ଭରଦ୍ୱାଜ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଭୋଟ ଚୋରିର ସତ୍ୟତା ଏବେ ସମସ୍ତଙ୍କ ସାମ୍ନାରେ ବୋଲି ଉଲ୍ଲେଖ କରିଛନ୍ତି। ସେ ଏହି ବିଜେପି କର୍ମୀଙ୍କ ପୁରା ପ୍ରୋଫାଇଲ ମଧ୍ୟ ଦେଇଛନ୍ତି। ସୌରଭ କହିଛନ୍ତି ୱାର୍କରଙ୍କ ନାମ ନାଗେନ୍ଦ୍ର କୁମାର ଓ ସେ ଦିଲ୍ଲୀର ଦ୍ୱାରକା ବିଧାନସଭା ନିର୍ବାଚନମଣ୍ଡଳିରେ ରହନ୍ତି। ସୌରଭ ନାଗେନ୍ଦ୍ର କୁମାରଙ୍କ ଫେସବୁକ୍ ପ୍ରୋଫାଇଲରେ ଲେଖାଥିବା ଏକ ପୋଷ୍ଟକୁ ଦେଖାଇ ଲେଖିଛନ୍ତି ଯେ ସେ ୫ ଫେବୃଆରୀ ୨୦୨୫ରେ ଦିଲ୍ଲୀ ବିଧାନସଭା ପାଇଁ ଭୋଟ ଦେବା ପରେ ଗୋଟିଏ ଫଟୋ ପୋଷ୍ଟ କରିଥିଲେ। ଏହା ପରେ ଆଜି ବିଜେପି କର୍ମୀଙ୍କ ଦ୍ୱିତୀୟ ଫଟୋ ଦେଖାଇଛନ୍ତି ଯିଏ ବିହାର ଶିବାନରେ ଭୋଟ ଦେବା ପରେ ପୋଷ୍ଟ କରିଛନ୍ତି।
ସୌରଭ ଭରଦ୍ୱାଜ ଏହି ପୁରା ପ୍ରକ୍ରିୟା ଉପରେ ଗୁରୁତ୍ତର ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ବିହାର ଏସଆଇଆର ପରେ ବାହାର କୌଣସି ରାଜ୍ୟର ବ୍ୟକ୍ତିଙ୍କ ଭୋଟ ବିହାର ଭୋଟର ଲିଷ୍ଟରେ ଥିବ ଓ ସେ ଭୋଟ ଦେବେ ଏପରି ପ୍ରଶ୍ନ ହିଁ ଉଠୁନି। ତେବେ ଏହା କିପରି ହୋଇଛି? ଆପ ନେତା କହିଛନ୍ତି ଯେ ଯଦି ତାଙ୍କ ନାମ ଏସଆଇଆରରେ ଆସିଥାନ୍ତା ତେବେ କଟି ଯାଇଥାନ୍ତା। ହେଲେ ଏପରି ହୋଇ ନାହିଁ। ଭରଦ୍ୱାଜ ଉଦବେଗ ପ୍ରକାଶ କରି କହିଛନ୍ତି ଯେ ଏପରି କେତେ ବିଜେପି କର୍ମୀ ଓ କାର୍ଯ୍ୟକର୍ତ୍ତା ଯେଉଁମାନେ ଆଜି ଅଲଗା ଅଲଗା ରାଜ୍ୟମାନଙ୍କରୁ ଆସି ବିହାରରେ ଭୋଟ ଦେଇଛନ୍ତି?ତେବେ ବିହାର ଏସଆଇଆର ପରେ ଭରଦ୍ୱାଜଙ୍କ ଏହି ଅଭିଯୋଗ ଦେଶରେ ଏକ ବଡ଼ ରାଜନୈତିକ ପ୍ରସଙ୍ଗ ପାଲଟିବ ବୋଲି ଏବେ ଆଶଙ୍କା କରାଯାଉଛି।




