ରାସ୍ତା କଡ଼ରେ ପଡ଼ିଛି ଅଜଣା ମୃତଦେହ : ମିଳିନି ପରିଚୟ, ଜଣାପଡ଼ିନି ମୃତ୍ୟୁର କାରଣ

ରାସ୍ତା-କଡ଼ରେ-ପଡ଼ିଛି-ଅଜଣା-ମୃତଦେହ-:-ମିଳିନି-ପରିଚୟ,-ଜଣାପଡ଼ିନି-ମୃତ୍ୟୁର-କାରଣ

ରାସ୍ତା କଡ଼ରେ ପଡ଼ିଛି ଅଜଣା ମୃତଦେହ : ମିଳିନି ପରିଚୟ, ଜଣାପଡ଼ିନି ମୃତ୍ୟୁର କାରଣ

Published By: Ruby – Prameya-News7 Bureau | November 15, 2025 10:26 AM

NEWS7

Subarnapur

ସୁବର୍ଣ୍ଣପୁର ୧୧ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ରଥପୁର ଛକ ରାସ୍ତା କଡ଼ରେ ପଡିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ । ଶନିବାର ସକାଳୁ ସ୍ଥାନୀୟ ଲୋକେ ଜାଣିବା ପରେ ଲୋକଙ୍କ ଭିଡ଼ ଲାଗିଥିଲା । କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ବୀରମହାରାଜପୁର-ସୁବର୍ଣ୍ଣପୁର ରାସ୍ତାର ରଥପୁର ଛକ ନିକଟରେ ଥିବା ରୁଗୁଡ଼ିବନ୍ଧ ହିଡରେ ଘଟିଛି ଏହି ଘଟଣା । ଘଟଣାସ୍ଥଳରେ ଲୋକେ ମୃତଦେହ ଦେଖି ବୀରମହାରାଜପୁର ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ କେଉଁ ପରିସ୍ଥିତିରେ ବ୍ୟକ୍ତିଙ୍କର ମୃତ୍ୟୁ ହେଲା ତାହା ଜଣାପଡିନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି l ମୃତକଙ୍କ ପରିଚୟ ମିଳିନଥିବା କୁହାଯାଉଛି ।

Scroll to Top