ରାସ୍ତା କଡ଼କୁ ଓଲଟି ଜଳିଗଲା ଟ୍ୟାଙ୍କର, ଜୀବନ୍ତ ଜଳିଗଲେ ଡ୍ରାଇଭର
ଓଲଟି ପଡ଼ିବା ପରେ ହୁତୁ ହୁତୁ ହୋଇ ଜଳିଗଲା ଗ୍ୟାସ ଟ୍ୟାଙ୍କର । ଗାଡ଼ି ଭିତରେ ଡ୍ରାଇଭର ଜୀବନ୍ତ ଦଗ୍ଧ।
Published By: Prativa – Prameya-News7 Bureau | March 13, 2026 09:01 AM
NEWS7
ଅନୁଗୁଳ ୧୩/୦୩: ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିବା ପରେ ହୁତୁ ହୁତୁ ହୋଇ ଜଳିଗଲା ଗ୍ୟାସ ଟ୍ୟାଙ୍କର । ଗାଡ଼ି ଭିତରେ ଡ୍ରାଇଭର ଜୀବନ୍ତ ଦଗ୍ଧ। ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲା ଦମକଳ ବାହିନୀ । ପାଲଲହଡ଼ା ଟାଉନ ଠାରୁ ୧୨ କିଲୋମିଟର ଦୂର ୧୪୯ ନମ୍ବର ଜାତୀୟ ରାଜପଥ ବାଲିପଶି ଘାଟି ବୁଲାଣିରେ ଗୁରୁବାର ବିଳମ୍ବିତ ରାତିରେ ଏଭଳି ଅଘଟଣ ଘଟିଛି ।
ସୂଚନା ଥାଉକି, ତେଲ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ବୁଲାଣିରେ ଓଲଟି ପଡ଼ିବା ପରେ ଟ୍ୟାଙ୍କରରେ ନିଆଁ ଲାଗି ଯାଇଥିଲା । ଏହି ନିଆଁ ରାସ୍ତା ପାର୍ଶ୍ବ ଜଙ୍ଗଲକୁ ମଧ୍ୟ ନିଆଁ ବ୍ୟାପି ଯାଇଥିଲା । ଗାଡ଼ି ଭିତରେ ଡ଼୍ରାଇଭର ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ସୂଚନା । ଖବର ପାଇ ଖମାର ପୋଲିସ୍ ଓ ପାଲ ଲହଡ଼ା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।




