ରାସ୍ତାରେ ଲାଗିବ କ୍ୟୁଆର୍ କୋଡ୍ ସ୍କାନର, ଠିକାଦାରଙ୍କ ସୂଚନା ସହ ମିଳିବ ରାସ୍ତାର ସବିଶେଷ ବିବରଣୀ

ରାସ୍ତାରେ-ଲାଗିବ-କ୍ୟୁଆର୍-କୋଡ୍-ସ୍କାନର,-ଠିକାଦାରଙ୍କ-ସୂଚନା-ସହ-ମିଳିବ-ରାସ୍ତାର-ସବିଶେଷ-ବିବରଣୀ

ରାସ୍ତାରେ ଲାଗିବ କ୍ୟୁଆର୍ କୋଡ୍ ସ୍କାନର, ଠିକାଦାରଙ୍କ ସୂଚନା ସହ ମିଳିବ ରାସ୍ତାର ସବିଶେଷ ବିବରଣୀ

Published By: Ruby – Prameya-News7 Bureau | October 31, 2025 01:58 PM

NEWS7

Works Minister

ଭୁବନେଶ୍ବର ୧୦: ଆଗକୁ ଓଡ଼ିଶା ରାସ୍ତାରେ ବି ଲାଗିବ ସ୍କାନର ଠିକାଦାରଙ୍କ ସୂଚନା ସହ ରାସ୍ତାର ସବିଶେଷ ବିବରଣୀ QR କୋଡ୍‌ରେ ରହିବ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ଅଣ୍ଟା ଭିଡ଼ିଲା ପୂର୍ତ୍ତ ବିଭାଗ । ଏ ନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଜାତୀୟ ରାଜପଥ ଭଳି ରାଜ୍ୟ ରାଜପଥରେ ବି ରହିବ ସ୍କାନର ବ୍ୟବସ୍ଥା ଯେଉଁ ସ୍କାନର ଜରିଆରେ ଲୋକେ ରାସ୍ତାର ସମ୍ପୂର୍ଣ୍ଣ ତଥ୍ୟ ଜାଣି ପାରିବେ ଠିକାଦାର ମାନଙ୍କ ସମସ୍ତ ତଥ୍ୟ ସେଥିରେ ପବ୍ଲିକ କରାଯିବ କେଉଁ ଠିକାଦାର ସଂସ୍ଥା କେତେ ଦିନ ଭିତରେ ରାସ୍ତା କାମ କରିଛନ୍ତି ତାହାର ବ୍ୟୟ ବରାଦ କେତେ ଥିଲା ସବୁ ତଥ୍ୟ ସେହି ସ୍କାନର ଜରିଆରେ ମିଳିବ କିଛି ଦିନ ତଳେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଜାତୀୟ ରାଜପଥରେ ସ୍କାନର ବ୍ୟବସ୍ଥା କରାଯିବା ନେଇ ପ୍ରସ୍ତାବ ରଖିଥିଲେ

ଏହାସହ ରାସ୍ତା ନିର୍ମାଣ ସମୟରେ ନିର୍ମାଣ ଖର୍ଚ୍ଚର ଅତିରିକ୍ତ ୧% ଅର୍ଥରାଶିରେ ଗଛ ଲଗାଇବ ପୂର୍ତ୍ତ ବିଭାଗଏହି ଅର୍ଥକୁ ବୃକ୍ଷରୋପଣ ସହ ରକ୍ଷଣାବେକ୍ଷଣ ବାବଦରେ ଖର୍ଚ୍ଚ କରାଯିବ ଗ୍ରୀନ୍ କରିଡର ବିକାଶ ଓ ପରିଚାଳନା ଲକ୍ଷ୍ୟ ନେଇ ସବୁ ରାସ୍ତାକଡ଼ରେ ବୃକ୍ଷରୋପଣ କରାଯିବ ପୂର୍ତ୍ତ ବିଭାଗ ଅଧୀନରେ ନୂଆ କରି ହେବାକୁ ଥିବା ରାଜପଥ, ଜିଲ୍ଲା ମୁଖ୍ୟ ସଡ଼କ, ଅନ୍ୟ ସମସ୍ତ ସଡ଼କ ନିର୍ମାଣ ସମୟରେ ବୃକ୍ଷରୋପଣକୁ କରାଯିବ ପ୍ରତି ନୂଆ ରାସ୍ତା ପାଖରେ ଗଛ ଲଗାଇବେ ବୋଲି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି ।

Scroll to Top