ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର, ମୁଣ୍ଡ ପିଛା ମିଳିପାରେ ୧୦ କିଲୋ ଚାଉଳ
Published By: Ruby – Prameya-News7 Bureau | October 15, 2025 01:17 PM
NEWS7
ଭୁବନେଶ୍ବର ୧୫।୧୦: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର । ମୁଣ୍ଡ ପିଛା ବଢ଼ିପାରେ ଚାଉଳ । ଏଭଳି ସଙ୍କେତ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ରାସନ କାର୍ଡ ହିତାଧିକାରୀଙ୍କୁ ମିଳିପାରେ ଅଧିକ ୫ କିଲୋ ଲେଖାଏଁ ଚାଉଳ । ବର୍ତ୍ତମାନର ୫ କିଲୋ ସହ ଅଧିକ ୫ କିଲୋ ଚାଉଳ ଦେବାକୁ ସରକାର ଚିନ୍ତା କରୁଛନ୍ତି । ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି, ଚିନ୍ତା କରାଯାଉଛି, ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ।
ରାସନ କାର୍ଡରେ ଥିବା ପ୍ରାୟ ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ଅଧିକ ଚାଉଳ ଦେବାକୁ ଚିନ୍ତା କରାଯାଉଛି । ଖୁବ୍ଶୀଘ୍ର ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । ଅନେକ ଗରିବ ହିତାଧିକାରୀଙ୍କୁ ୫ କିଲୋ ଚାଉଳ ପର୍ଯ୍ୟାପ୍ତ ହେଉ ନଥିବାରୁ ଏନେଇ ଚିନ୍ତା କରୁଛି ଯୋଗାଣ ବିଭାଗ । ମୁଖ୍ୟମନ୍ତ୍ରୀଙ୍କୁ ଫାଇଲ ପଠାଯିବ । ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । ରାଜ୍ୟ ସରକାର ନିଜସ୍ବ ଖର୍ଚ୍ଚରେ ଚାଉଳ ଦେବାକୁ ଚିନ୍ତା କରୁଛନ୍ତି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।




