ରାମାୟଣ ନାଟକ ଚାଲୁଥିବା ବେଳେ ପାଲଟିଲା ରଣକ୍ଷେତ୍ର, କିନ୍ନରଙ୍କୁ ଘୋଷାଡି ପିଟିଲେ କିନ୍ନର
Published By: Chandan – Prameya-News7 Bureau | June 05, 2026 08:42 AM
NEWS7
ଦିଗପହଣ୍ଡି: ରାମାୟଣ ନାଟକରେ ଅଭିନୟ କରୁଥିବା ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ମାରପିଟ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଙ୍କୋରଡ଼ା ଗ୍ରାମରେ ଠାକୁରାଣୀ ଯାତ୍ରା ଉପଲକ୍ଷେ କଉଡିଆ ଗ୍ରାମର ରାମାୟଣ ନାଟକ ଓ ନଳିହାଡ ଗ୍ରାମର ରାମାୟଣ ନାଟକ ମଧ୍ୟରେ ବାଦି ନାଟ ଲାଗିଥିଲା। କଉଡିଆ ଗ୍ରାମର ଦଳର କିନ୍ନର ମନଙ୍କୁ ହଠାତ୍ ଆସି ବିପରୀତ ଦଳର କିନର୍ ମାନେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ନାଳିହାଡ ଗ୍ରାମରେ ଅଭିନୟ କରୁଥିବା ୨୦ ରୁ ଉର୍ଦ୍ଧ୍ୱ କିନ୍ନର ଆସି କଉଡିଆ ଗ୍ରାମର ରାମାୟଣ ନାଟକରେ ଅଭିନୟ କରୁଥିବା କିନ୍ନର ମାନଙ୍କୁ ବିଭିନ୍ନ ମରଣାତ୍ମକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆହତ ହୋଇଥିବା କିନ୍ନର ମାନେ ମେଡିକାଲରେ ଚିକିତ୍ସିତ ହୋଇ ଦିଗପହଣ୍ଡି ପୋଲିସ ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗ ପରେ ପୁଲିସ୍ ଓ ସ୍ଥାନୀୟ ତହସିଲଦାର ଯାଇ ଅଙ୍କୋରଡା ଗ୍ରାମରେ ଲାଗିଥିବା ବାଦି ନାଟ ବନ୍ଦ କରିବା ସହିତ ଯାତ୍ରା ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଭିଯୋଗ କରିଥିବା କିନ୍ନର ଗୋଷ୍ଠୀ ଥାନାରେ ହୋ ହାଲ୍ଲା କରିବା ସହିତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।




