ରାତି ସାରା ବିଦ୍ୟାଳୟ ପରିସରରେ ରହିଗଲେ ଦ୍ବିତୀୟ ଶ୍ରେଣୀ ଛାତ୍ରୀ, ବାହାରପଟୁ ତାଲା ପକାଇ ପଳାଇଲେ ଶିକ୍ଷକ
Published By : Prameya-News7 Bureau | August 22, 2025 IST

କେନ୍ଦୁଝର ୨୨।୮: ସରକାରୀ ବିଦ୍ୟାଳୟରେ ଅଭାବନୀୟ ଘଟଣା । ରାତିସାରା ସ୍କୁଲ ପରିସରରେ ରହିଲେ ଦ୍ବିତୀୟ ଶ୍ରେଣୀ ଛାତ୍ରୀ । ବାହାରପଟୁ ତାଲା ପକାଇ ପଳାଇଲେ ଶିକ୍ଷକ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅଞ୍ଜର ସରକାରୀ ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅଞ୍ଜର ସରକାରୀ ବିଦ୍ୟାଳୟରେ ଅଭାବନୀୟ ଘଟଣା । ଜଣେ ୨ୟ ଶ୍ରେଣୀ ଛାତ୍ରୀ ରାତିସାରା ବିଦ୍ୟାଳୟ ପରିସରରେ ରହିଯାଇଥିଲେ । ଛାତ୍ରୀଙ୍କୁ ବାହାରପଟୁ ତାଲା ପକାଇ ଶିକ୍ଷକ ମାନେ ପଳାଇଥିଲେ । ଛାତ୍ରୀ ଜଣଙ୍କ ପରିବାର ଲୋକ ରାତି ସାରା ପିଲାକୁ ଖୋଜି ଖୋଜି ନିରାଶ ହୋଇ ପଡିଥିଲେ ।
ସେପଟେ ଛାତ୍ରୀ ଜଣଙ୍କ ଝରକାର ଲୁହା ରଡ୍ ଭାଙ୍ଗି ବାହାରକୁ ଯିବାକୁ ଚେଷ୍ଟା କରି ବିଫଳ ହେବା ସହିତ ଝରକାରେ ଅଟକି ରାତିସାରା ଲହୁ ଲୁହାଣ ଅବସ୍ଥାରେ ରହିଥିଲେ । ଅସୁସ୍ଥ ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହାକୁ ନେଇ ବିଦ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନ ପହଞ୍ଚି ତଦନ୍ତ ଚଳାଇଛି ।
You Can Read:
ବଲାଣୀ ଟାଉନସିପ୍ ଅଞ୍ଚଳରେ ହିଟ୍ ଆଣ୍ଡ ରନ୍ : ଦୁଇ ତୃତୀୟ ଶ୍ରେଣୀ ଛାତ୍ରଙ୍କ ଉପରେ ଗାଡି ଚଢାଇ ବୋଲେରୋ ଚମ୍ପଟ





