ରାତିରେ ଫେରିନଥିଲେ ଘରକୁ, ସକାଳୁ ମିଳିଲା ଝୁଲନ୍ତା ମୃତଦେହ : ହତ୍ୟା ଅଭିଯୋଗ

ରାତିରେ-ଫେରିନଥିଲେ-ଘରକୁ,-ସକାଳୁ-ମିଳିଲା-ଝୁଲନ୍ତା-ମୃତଦେହ-:-ହତ୍ୟା-ଅଭିଯୋଗ

ରାତିରେ ଫେରିନଥିଲେ ଘରକୁ, ସକାଳୁ ମିଳିଲା ଝୁଲନ୍ତା ମୃତଦେହ : ହତ୍ୟା ଅଭିଯୋଗ

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନୂଆପଡ଼ାରେ ଉଦ୍ଧାର ହେଲା ନାବାଳକଙ୍କ ଝୁଲନ୍ତା ମୃତଦେହ । ମୃତଦେହ ଉଦ୍ଧାର ପରେ ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ । ମୃତକ ହରି ବଚ୍ଛାଙ୍କ ନାବାଳକ ପୁଅ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି ।

Published By: Ruby – Prameya-News7 Bureau | February 06, 2026 11:14 AM

NEWS7

Kantabanji News

କଣ୍ଟାବାଞ୍ଜି ୬।୨: ଉଦ୍ଧାର ହେଲା ନାବାଳକଙ୍କ ଝୁଲନ୍ତା ମୃତଦେହ । ଘର ପାଖ ଗଛରେ ଝୁଲୁଥିଲା ମୃତଦେହ । ମୃତଦେହ ଉଦ୍ଧାର ପରେ ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ । ମୃତକ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନୂଆପଡ଼ାରେ ରହୁଥିବା ହରି ବଚ୍ଛାଙ୍କ ନାବାଳକ ପୁଅ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି ।

ସୂଚନାଯୋଗ୍ୟ ଯେ, ହରି ବଚ୍ଛାଙ୍କ ନାବାଳକ ପୁଅ ପାଠ ଛାଡି ବୁଲା ବୁଲି କରିବା ସହ କିଛି କାମ କରି ଘର ଚଳେଇବାରେ ସାହାଯ୍ୟ କରୁଥିଲେ । ଗୁରୁବାର ସେ କାମ କରିବାକୁ ଯାଉଛି ବୋଲି ଘର ଲୋକଙ୍କୁ କହି ଘରୁ ଯାଇଥିଲା। ରାତିରେ ଘରକୁ ଫେରିନଥିବା ବେଳେ ଘର ଲୋକ ତାଙ୍କୁ ଫୋନ୍ କରିଥିଲେ । ହେଲେ ସେ ଆଉ ଫୋନ୍ ଉଠାଇନଥିଲେ । ଶୁକ୍ରବାର ସକାଳୁ ହରି ବଚ୍ଛାଙ୍କ ଘର ପାଖ ଏକ ଗଛରେ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । କାଳେ ପୁଅ ବଞ୍ଚିଥିବ ବୋଲି ଭାବି ଘର ଲୋକ ଗଛରୁ ଶବକୁ ଓହ୍ଲାଇ ଦେଇଥିଲେ । କିନ୍ତୁ ସେତେବେଳକୁ ପୁଅର ଜୀବନ ଚାଲିଯାଇଥିଲା । କିଏ ହତ୍ୟା କରିଦେଇ ଗଛରେ ଝୁଲାଇଦେଇଥିବା ମୃତ ନାବାଳକଙ୍କ ବାପା ହରି ବଚ୍ଛା ଅଭିଯୋଗ କରିଛନ୍ତି ।

ଏ ଖବର ବି ପଢ଼ନ୍ତୁ:-ଦିନରେ ଥିଲେ, ରାତିରେ ଗାଏବ ହୋଇଗଲେ : ୧୪ ଘଣ୍ଟା ହେଲା ଖୋଜି ଖୋଜି ନୟାନ୍ତ

Scroll to Top