ରାତିରେ ଘରେ ପଶିଲେ, ବନ୍ଧୁକ ମୁନରେ ନେଇଗଲେ ୨୫ ଲକ୍ଷ ଟଙ୍କାର ସୁନା-ରୁପା
ବଡ଼ଧରଣର ଲୁଟ । ବନ୍ଧୁକ ମୁନରେ ୧୨ ଜଣ ଡକାୟତ ଲୁଟି ନେଲେ ୨୫ ଲକ୍ଷ ଟଙ୍କାର ସୁନା-ରୁପା ଅଳଙ୍କାର…
Published By: Kirti – Prameya-News7 Bureau | June 06, 2026 03:01 PM
NEWS7
ପଟ୍ଟାମୁଣ୍ଡାଇ ୦୬।୦୬ : ବଡ଼ଧରଣର ଡକାୟତି । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ବାଳକାଟି ଗାଁରେ ଜଣେ ବ୍ୟକ୍ତିଙ୍କ ଘରେ ବଡ଼ଧରଣର ଲୁଟ ହୋଇଛି । ବନ୍ଧୁକ ମୁନରେ ୧୨ ଜଣ ଡକାୟତ ଲୁଟି ନେଲେ ୨୫ ଲକ୍ଷ ଟଙ୍କାର ସୁନା-ରୁପା ଅଳଙ୍କାର । ଆଲମାରୀ ଲକର ଭାଙ୍ଗି ସୁନା, ରୁପା, ଓ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଖବର ଅନୁଯାୟୀ, ସମୟ ଶୁକ୍ରାବର ସଂଧ୍ୟା ୮ଟା ୩୦ । ୧୨ ଜଣ ଡାକୟତ ହାତରେ ଭୁଜାଲି ଏବଂ ବନ୍ଧୁକ ଧରି ବାଳକାଟି ପଞ୍ଚାୟତ ଖଣ୍ଡିଆପାଟଣା ଗାଁର ପ୍ରଦୀପ ରାଉତଙ୍କ ଘରେ ପଶିଥିଲେ । ଡକାୟତମାନେ ଘରେ ପଶିବା ପରେ ପରିବାର ଲୋକ ଡରିଯାଇଥିଲେ । ହେଲେ ଡକାୟତମାନେ ପରିବାରର ଜଣେ ସଦସ୍ୟଙ୍କ ବେକରେ ଭୁଜାଲି ଲଗାଇ ରୋଷେଇ ଘରେ ବନ୍ଦ କରି ଦେଇଥିଲେ । ଏହାପରେ ଘରେ ଥିବା ଗୋଦରେଜ୍, ବାକ୍ସ ତାଡି ଭିତରେ ଥିବା ସମସ୍ତ ଜିନିଷ ଲୁଟି ନେଇଛନ୍ତି। ଯେଉଁଥିରେ ଅନେକ ସୁନା-ରୁପାର ଅଳଙ୍କାର ରହିଥିଲା । ଲୁଟ୍ ହୋଇଥିବା ସାମଗ୍ରୀର ଆନୁମନିକ ମୂଲ୍ୟ ୨୫ ରୁ ୩୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ସେହିପରି ଏକ ଲକ୍ଷ ଟଙ୍କା ନଗଦ ମଧ୍ୟ ଲୁଟି ନେଇଛନ୍ତି ଲୁଟେରା ।
Also Read:-El Niño ପ୍ରଭାବ ଦେଶ ଉପରେ କମ୍ ପଡିପାରେ, ଏହା ସମ୍ପୂର୍ଣ୍ଣ ରୂପେ IOD ଉପରେ ନିର୍ଭରଶୀଳ
ତେବେ ମାସକ ପୂର୍ବରୁ ପ୍ରଦୀପଙ୍କ ପୁଅ ବାହାଘର ହୋଇଥିଲା । ଯାହାକୁ ଲକ୍ଷ୍ୟ କରି ଲୁଟେରାମାନେ ଏହି ସବୁ ଲୁଟ୍ କରିଛନ୍ତି । ୪୫ ମିନିଟ୍ ଧରି ଲୁଟେରାମାନେ ରାଜ୍ୟ ରାଜପଥ କଡ଼ରେ ଥିବା ସମସ୍ତ ଘରୁ ସଶସ୍ତ୍ର ଡକାୟତି କରି ଫେରାର ହୋଇଯାଉଥିଲେ । ଯାହାକୁ ନେଇ ଆଳିର ଆଇନ ଶୃଙ୍ଖଳା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ଆଳି ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ବ କରିଛି ।ଲୁଟେରାମାନେ ଏକ ଭୁଜାଲି ଛାଡି ଯାଇଛନ୍ତି ।




