ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ସବୁ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଓଡ଼ିଆ ଭାଷାରେ ତାଲିମ

ରାଜ୍ୟ-ସରକାରଙ୍କ-ଗୁରୁତ୍ୱପୂର୍ଣ୍ଣ-ପଦକ୍ଷେପ,-ସବୁ-ସରକାରୀ-ଅଧିକାରୀ-ଓ-କର୍ମଚାରୀଙ୍କୁ-ଓଡ଼ିଆ-ଭାଷାରେ-ତାଲିମ

ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ସବୁ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଓଡ଼ିଆ ଭାଷାରେ ତାଲିମ

ରାଜ୍ୟ ପ୍ରଶାସନରେ ଓଡ଼ିଆ ଭାଷାକୁ ଆହୁରି ସୁଦୃଢ଼ କରିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଓଡ଼ିଆ ଭାଷାରେ ଅଫିସ୍ କାର୍ଯ୍ୟ କରିବା ପାଇଁ ପ୍ରଶିକ୍ଷଣ । ଦୁଇ ଦିନିଆ ବିଶେଷ ତାଲିମ ଦିଆଯିବ ।

Published By: Ruby – Prameya-News7 Bureau | June 04, 2026 05:11 PM

NEWS7

Odisha Govt

ଭୁବନେଶ୍ବର ୪।୬: ଓଡ଼ିଆ ଭାଷାରେ ଚାଲିବ ଶାସନ । ରାଜ୍ୟ ପ୍ରଶାସନରେ ଓଡ଼ିଆ ଭାଷାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କରିଛନ୍ତି । ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଓଡ଼ିଆ ଭାଷାରେ ଅଫିସ କାର୍ଯ୍ୟ କରିବାକୁ ତାଲିମ ଦିଆଯବ । ଦୁଇ ଦିନିଆ ବିଶେଷ ତାଲିମ ଶିବିର ଅନୁଷ୍ଠିତ ହେବାକୁ ଯାଉଛି ।

Also Read:- SCB ସର୍ଜରୀ ୱାର୍ଡରେ ଅଗ୍ନିକାଣ୍ଡ, କେବୁଲ ସର୍ଟ ସର୍କିଟ୍‌ରୁ ଲାଗିଲା ନିଆଁ

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭୁବନେଶ୍ବରରେ ୧୦ ଓ ୧୧ ତାରିଖରେ ଆୟୋଜିତ ହେବ । ସରକାରୀ ଦପ୍ତରରେ ଦୈନିକ କାର୍ଯ୍ୟ, ଚିଠିପତ୍ର, ରିପୋର୍ଟ ଓ ଅନ୍ୟାନ୍ୟ ପ୍ରଶାସନିକ କାମ ଓଡ଼ିଆ ଭାଷାରେ କିପରି ସଠିକ୍ ଭାବେ କରାଯାଇପାରିବ ସେ ନେଇ ତାଲିମ ଦିଆଯିବ । ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ନେଇ ସମସ୍ତ ବିଭାଗକୁ ଏହା ଅବଗତ କରାଯାଇଛି । ତାଲିମ ପାଇଁ ଅଂଶଗ୍ରହଣକାରୀ ଅଧିକାରୀ ଓ କର୍ମଚାରୀଙ୍କ ନାମ ତାଲିକା ୬ ତାରିଖ ସୁଦ୍ଧା ଦେବାକୁ ନିର୍ଦ୍ଦେଶ ରହିଛି । ​​​​​​​

Scroll to Top