ରାଜ୍ୟସଭା ସିଟ୍ ପ୍ରସଙ୍ଗରେ ଏକାଠି ହେବେ କି କଂଗ୍ରେସ-ବିଜେଡି : ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ସମୟ ମାଗିଲେ ଭକ୍ତ ଦାସ

ରାଜ୍ୟସଭା-ସିଟ୍-ପ୍ରସଙ୍ଗରେ-ଏକାଠି-ହେବେ-କି-କଂଗ୍ରେସ-ବିଜେଡି-:-ନବୀନ-ପଟ୍ଟନାୟକଙ୍କୁ-ଭେଟିବାକୁ-ସମୟ-ମାଗିଲେ-ଭକ୍ତ-ଦାସ

ରାଜ୍ୟସଭା ସିଟ୍ ପ୍ରସଙ୍ଗରେ ଏକାଠି ହେବେ କି କଂଗ୍ରେସ-ବିଜେଡି : ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ସମୟ ମାଗିଲେ ଭକ୍ତ ଦାସ

Published By: Ruby – Prameya-News7 Bureau | January 28, 2026 03:07 PM

NEWS7

BJD-CONGRESS

ଭୁବନେଶ୍ବର ୨୮।୧: ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସମୟ ମାଗିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଦେଖା କରିବାକୁ ସମୟ ମାଗିଛନ୍ତି ଭକ୍ତ । ଚତୁର୍ଥ ଆସନରେ ପ୍ରାର୍ଥୀ ଦେବା ନେଇ ନବୀନଙ୍କ ସହ ଭକ୍ତ ଆଲୋଚନା କରିବେ । ଚତୁର୍ଥ ଆସନ ନେଇ ଯେହେତୁ ବିଜେଡି କିମ୍ବା କଂଗ୍ରେସର ସଂଖ୍ୟା ନାହିଁ, କଂଗ୍ରେସ ଏବଂ ବିଜେଡି ମିଳିତ ଭାବେ ପ୍ରାର୍ଥୀ ଦେବାକୁ ଭକ୍ତ ଦାସ ଆଲୋଚନା କରିବେ ବୋଲି ଚର୍ଚ୍ଚା ହେଉଛି ।

ରାଜ୍ୟସଭା ଚତୁର୍ଥ ସିଟ୍‌ରେ ଜଣେ ପଦ୍ମଶ୍ରୀ, ବୁଦ୍ଧିଜୀବୀଙ୍କୁ ପଠାଇଲେ ଓଡ଼ିଶାର ସମ୍ମାନ ରହିବ । ଏ ନେଇ ଯିଏ ଆଗ୍ରହୀ ଅଛି ତାଙ୍କ ସାଙ୍ଗରେ ଆଲୋଚନା କରିବେ ବୋଲି ଭକ୍ତ ସୂଚନା ଦେଇଛନ୍ତି ।

Scroll to Top