Published By : Prameya-News7 Bureau | August 14, 2025 IST

ଭୁବନେଶ୍ଵର: ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(DEO)ଙ୍କୁ ନୋଡାଲ ଅଫିସରଙ୍କ ଚିଠି। ଏଣିକି ସ୍ଵାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ସ୍କୁଲରେ ରନ୍ଧା ହେବ ମିଡ ଡେ ମିଲ। ଖିଲାପ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଣିକି ଓବଜର୍ଭେସନ ଡେରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆ ନ ଗଲେ କାର୍ଯ୍ୟାନୁଷ୍ଠନ ନିଆଯିବ। ପିଲାଙ୍କ ମିଛ ତଥ୍ୟ ଦେଇ ସ୍କୁଲ କର୍ତ୍ତୃପକ୍ଷ ଘୋଟାଲା କରୁଥିବା ଅଭିଯୋଗ ହୋଇଛି।
ପିଲାଙ୍କୁ ଓବଜର୍ଭେସନ ଡେ ଦିନ ମଧ୍ୟାହ୍ନ ଭୋଜନ ଦେବା ନେଇ ଥିବା ଗାଇଡ ଲାଇନକୁ ପାଳନ କରୁନାହାନ୍ତି ସ୍କୁଲ କର୍ତ୍ତୃପକ୍ଷ। ନେତାଜୀ ଜୟନ୍ତୀ, ସ୍ଵାଧୀନତା ଦିବସ, ଉତ୍କଳ ଦିବସ, ସାଧାରଣତନ୍ତ୍ର ଦିବସ, ଶିଶୁ ଦିବସ ଆଦି ଦିନରେ ପିଲା ସ୍କୁଲ ଆସି ଏହି ଦିନ ପାଳନ କରିବେ ଓ ସେମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହେବା କଥା । କିନ୍ତୁ ଅଭିଯୋଗ ଆସିଛି ଏହି ଦିନ ଗୁଡ଼ିକରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆ ନ ଯାଇ ଏ ବାବଦରେ ଖର୍ଚ୍ଚ ମିଛ ରିପୋର୍ଟ ଦେଖାଇ ନିଆଯାଉଛି। ଏହାକୁ ବିଇଓ ଏବଂ ଡିଇଓ ଅଣଦେଖା କରୁଥିବାରୁ ଏଭଳି ଘଟଣା ବଢିବାରେ ଲାଗିଛି।ତେଣୁ ଏହି ଦିନ ଗୁଡିକରେ ପିଲାଙ୍କୁ ମଧ୍ୟାହ୍ଣ ଭୋଜନ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ଉପରେ ନଜର ରଖିବାକୁ ସରକାର କହିଛନ୍ତି।
ସମ୍ବନ୍ଧିତ ଖବର







