ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା, ଏକାଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ରାଜ୍ୟର-ବିଭିନ୍ନ-ସ୍ଥାନରେ-ପ୍ରବଳ-ବର୍ଷା-ସମ୍ଭାବନା,-ଏକାଧିକ-ଜିଲ୍ଲାକୁ-ୟେଲୋ-ୱାର୍ଣ୍ଣିଂ

ଭୁବନେଶ୍ୱର,୨୧/୦୮: ଆସନ୍ତା ୨୫ ତାରିଖ ଯାଏ ରାଜ୍ୟର ବିକ୍ଷିପ୍ତ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ କରିଛି । ୨୧ ତାରିଖ ବା ଗୁରୁବାର ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା,  ସମ୍ବଲପୁର, ବାଲେଶ୍ୱର ଓ ବରଗଡ଼ର  କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ  ବିଜ୍ଞାନ କେନ୍ଦ୍ର ଆକଳନ କରିଛି । 

୨୨ ତାରିଖରେ କେନ୍ଦୁଝର,  ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ର କିଛି ସ୍ଥାନରେ  ଅଧିକ ବର୍ଷା ସମ୍ଭାବନା ଅଛି । ୨୩ ଓ ୨୪  ତାରିଖରେ ଉତ୍ତର ଓ ପଶ୍ଚିମ ଓଡ଼ିଶାର ଅଳ୍ପ  କିଛି ସ୍ଥାନରେ ଅଧିକ ବର୍ଷା ହୋଇପାରେ ।  

ବୁଧବାର ଢେଙ୍କାନାଳେରେ ୨୭.୪ ମିମି  ବର୍ଷା ହୋଇଛି । ଜଗତ୍‌ସିଂହପୁରରେ ୨୧.୧,  ପାରଳାଖେମୁଣ୍ଡିରେ ୧୫.୨, ତାଳଚେରରେ  ୧୩.୮ ମିମି ବର୍ଷା ରେକର୍ଡ ହୋଇଛି।

Scroll to Top