ରାଜ୍ୟରେ ହାତୀ ସଂଖ୍ୟା ବଢ଼ିବା ଚିନ୍ତାର କାରଣ, ଜଙ୍ଗଲ ପରିସୀମା ବଢ଼ାଇବାକୁ ଚାଲିଛି ଯୋଜନା
ହାତୀ ପାଖକୁ ଯାଅନି, ସେଲ୍ଫି ନିଅନି । ରାଜ୍ୟରେ ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବଢୁଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ରାଜ୍ୟରେ ହାତୀ ସଂଖ୍ୟା ବଢିବା ଚିନ୍ତାର କାରଣ । ଜଙ୍ଗଲ ପରିସୀମା ବଢ଼ାଇବାକୁ ଯୋଜନା କରାଯାଉଛି ।
Published By: Ruby – Prameya-News7 Bureau | February 11, 2026 01:03 PM
NEWS7
ଭୁବନେଶ୍ବର ୧୧।୨: ରାଜ୍ୟରେ ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବଢୁଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି, ହାତୀ ପାଖକୁ ଯାଅନି, ସେଲ୍ଫି ନିଅନି । ବିଭିନ୍ନ ସ୍ଥାନରେ ମୋବାଇଲ ଧରି ହାତୀ ପଛରେ ଗୋଡ଼ାଇବା ଚିତ୍ର ସାମ୍ନାକୁ ଆସୁଛି । ହାତୀ ଆସିଲେ ମାଇକ୍ ଯୋଗେ ସଚେତନ କରାଯାଉଛି । ରାଜ୍ୟରେ ହାତୀ ସଂଖ୍ୟା ବଢିବା ଚିନ୍ତାର କାରଣ । ୧୮୦୦ ଜାଗାରେ ୨୩୦୦ରୁ ଅଧିକ ହାତୀ ଅଛନ୍ତି । ଅଧିକ ହାତୀଙ୍କୁ ମ୍ୟାନେଜ ପାଇଁ କେନ୍ଦ୍ରୀୟ ଅଧିକାରୀଙ୍କ ସହ ଆଲୋଚନା ହେବ । ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ସହ ଆଲୋଚନା ସରିଛି । ଜଙ୍ଗଲ ପରିସୀମା ବଢ଼ାଇବାକୁ ଯୋଜନା କରାଯାଉଛି । ବାଉଁଶ ସହ ହାତୀ ଖାଦ୍ୟ ଜଙ୍ଗଲରେ ଲଗାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି ବୋଲି ମନ୍ତ୍ରୀ କହିଛନ୍ତି ।




