ରାଜାମୌଲିଙ୍କ ସମର୍ଥନରେ ବାହାରିଲେ ରାମ ଗୋପାଲ, କହିଲେ-ଭଗବାନଙ୍କୁ ଫରକ୍ ପଡେନି…

ରାଜାମୌଲିଙ୍କ-ସମର୍ଥନରେ-ବାହାରିଲେ-ରାମ-ଗୋପାଲ,-କହିଲେ-ଭଗବାନଙ୍କୁ-ଫରକ୍-ପଡେନି…

ନୂଆଦିଲ୍ଲୀ ୨୩।୧୧; ଲୋକପ୍ରିୟ ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲି। ଭାରତୀୟ ସିନେମାକୁ ବିଶ୍ବ ସ୍ତରରେ ପହଞ୍ଚାଇଥିବା ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲି ଏବେ ତାଙ୍କର ଅନ୍ୟ ଏକ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। RRR ଏବଂ ବାହୁବଳୀ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବା ଏସ୍ଏସ୍ ରାଜାମୌଲି ଏବେ ଏସିଆର ସବୁଠାରୁ ମହଙ୍ଗା ଫିଲ୍ମ ନିର୍ମାଣ କରୁଥିବା ଜଣାଯାଇଛି। ସାଉଥ୍ ସୁପରଷ୍ଟାର ମହେଶ ବାବୁ ଏବଂ ବଲିଉଡ-ହଲିଉଡ ଷ୍ଟାର ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ଏହି ଆକ୍ସନ-ଆଡଭେଞ୍ଚର ସିନେମାଟିର ନାମ ‘ବାରାଣସୀ’ ରଖାଯାଇଛି। ଟିଜର ରିଲିଜ୍ ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିଥିଲେ ବି ରାଜାମୌଲି ଦେଇଥିବା ବୟାନକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ହେଲେ ରାଜାମୌଲିଙ୍କୁ ସମର୍ଥନ କରିଥିଲେ ରାମଗୋପାଲ । କହିଲେ ଈଶ୍ବର ବିଶ୍ବାସୀ ନ ହେବା ପାପ ନୁହେଁ।

ଈଶ୍ବରଙ୍କ ଉପରେ ଭରସା ନଥିବା କହିବା ସହ ପ୍ରଭୁ ହନୁମାନଙ୍କୁ ନେଇ କହିଥିବା କଥା ପାଇଁ ଲୋକେ ତାଙ୍କୁ ଟ୍ରୋଲ କରୁଛନ୍ତି। ଇଭେଣ୍ଟରେ କିଛି ଯାନ୍ତ୍ରିକ ତ୍ରୁଟି ପାଇଁ ଫିଲ୍ମର ଟିଜର ଚାଲିବାରେ ଅସୁବିଧା ହୋଇଥିଲା। ଏହାକୁ ଠିକ୍ କରିବା ପାଇଁ ସମୟ ଲାଗିବାରୁ ବିରକ୍ତ ହୋଇଯାଇଥିଲେ ରାଜାମୌଲି। ମୁଁ ନାସ୍ତିକ…ଈଶ୍ବରଙ୍କୁ ବିଶ୍ବାସ କରେ ନାହିଁ ବୋଲି ସେ କହିଥିଲେ। ଏଥିପାଇଁ ତାଙ୍କୁ ଟ୍ରୋଲ କରାଯିବା ସହ ଫିଲ୍ମକୁ ବଏକଟ କରିବାକୁ ଲୋକେ ଦାବି କରିଥିଲେ। ଏହି ବିବାଦ ମଧ୍ୟରେ ଏବେ ତାଙ୍କୁ ସମର୍ଥନ କରିଛନ୍ତି ରାମ ଗୋପାଳ ବର୍ମା।

ବିବାଦ ବଢ଼ିବାର କିଛି ଦିନ ପରେ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଏଥିରେ ହସ୍ତକ୍ଷେପ କରିଛନ୍ତି। ସେ ଏକ୍ସରେ ରାଜାମୌଲିଙ୍କ ସପକ୍ଷରେ ଟ୍ବିଟ କରି ଲମ୍ବା ନୋଟ ସେୟାର କରିଛନ୍ତି। ବର୍ମା ନିଜ ନୋଟରେ ଭାରତରେ ନାସ୍ତିକ ହେବା ଅପରାଧ ନୁହେଁ ବୋଲି ଲେଖିଛନ୍ତି। ତାଙ୍କ କହିବା ମୁତାବକ, ଜଣେ ନିର୍ଦ୍ଦେଶକ ବିଭିନ୍ନ ପ୍ରକାର ଫିଲ୍ମ ନିର୍ମାଣ କରିଥାଏ। ଯିଏ ଈଶ୍ବରଙ୍କ ଉପରେ ଫିଲ୍ମ କରୁଛି ତା’ର ମାନେ ନୁହେଁ ଯେ ସେ ଈଶ୍ବରଙ୍କୁ ବିଶ୍ବାସ କରିବାକୁ ବାଧ୍ୟ। “ଈଶ୍ୱରଙ୍କୁ ବିଶ୍ୱାସ କରୁ ନଥିଲେ ମଧ୍ୟ, ଈଶ୍ୱର ରାଜାମୌଲିଙ୍କୁ ୧୦୦ ଗୁଣ ଅଧିକ ସଫଳତା, ଅଧିକ ଧନ ଏବଂ ଅଧିକ ପ୍ରଶଂସକ ଦେଇଛନ୍ତି। ଭାରତରେ କୌଣସି ବ୍ୟକ୍ତି ନାସ୍ତିକ ହେବା ଅପରାଧ ନୁହେଁ। ସମସ୍ତେ ସ୍ବଇଚ୍ଛାରେ ନିଜର ମତ ପ୍ରକାଶ କରିବାର ସ୍ବାଧୀନତା ରଖିଛନ୍ତି।

Scroll to Top