ପାଟନା ୧୫।୧୧: ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ପାଟନା ରାବଡୀ ଆବାସ ୧୦ ସର୍କୁଲାର ରୋଡ ଛାଡି ଶନିବାର ଦିଲ୍ଲୀ ଫେରି ଯାଇଛନ୍ତି। କିଛି ଘଣ୍ଟା ପୂର୍ବରୁ ସେ ସୋସିଆଲ ମିଡିଆ ଏକ୍ସ ରେ ଏକ ପୋଷ୍ଟ କରି ତାଙ୍କ ଅସନ୍ତୋଷ ପ୍ରକାଶ କରିଥିଲେ। ଏହା ତାଙ୍କୁ ମହଙ୍ଗା ପଡିଛି। ସେ ଦିଲ୍ଲୀ ଫେରିବା ପୂର୍ବରୁ ପାଟନାରେ ସାମ୍ବାଦିକଙ୍କୁ ଭେଟିଥିଲେ କହିଛନ୍ତି ‘ମୋର କେହି ନାହାନ୍ତି, ମୋତେ ସେମାନେ ପରିବାରରୁ ବାହାର କରିଦେଇଛନ୍ତି’। ସେ କହିଛନ୍ତି ଯେ ସାରା ଦୁନିଆ ପଚାରୁଛି ପାର୍ଟିର ଏପରି ହାଲ କିପରି ହେଲା? ହେଲେ ସେମାନେ ଦାୟିତ୍ୱ ନେବାକୁ ରାଜି ନୁହନ୍ତି।
I’m quitting politics and I’m disowning my family …
This is what Sanjay Yadav and Rameez had asked me to do …nd I’m taking all the blame’s— Rohini Acharya (@RohiniAcharya2) November 15, 2025
ସେ କହିଛନ୍ତି ଯେ ସାହା ଦୁନିଆ ଜାଣେ ଯିଏ ଚାଣକ୍ୟ ହେବେ ତାଙ୍କୁ ପ୍ରଶ୍ନ କରାଯିବ। ଯେତେବେଳେ କାର୍ଯ୍ୟକର୍ତ୍ତା ଚାଣକ୍ୟଙ୍କୁ ପ୍ରଶ୍ନ କରୁଛନ୍ତି ସେତେବେଳେ ସଞ୍ଜୟ, ରମିଜ ଓ ତେଜସ୍ୱୀଙ୍କ ନାଁ ଧଇଲେ ତୁମକୁ ଘରୁ ବାହାର କରିଦିଆଯାଉଛି, ଆପଣଙ୍କୁ ଗାଳି କରାଯାଉଛି ଓ ଏପରିକି ଚପଲ ଉଠାଇ ମାରିବେ ମଧ୍ୟ। ଏଥିରେ ଆପଣ କଣ କରିବେ? ଏପରି ଲୋକଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ। ମୋର ଆଉ ପରିବାର ବୋଲି କିଛି ନାହିଁ। ସେମାନେ ମୋତେ ଘରୁ ବାହାର କରିଦେଇଛନ୍ତି। ସେମାନେ ହାର ପାଇଁ ନିଜେ ଦାୟିତ୍ୱ ନେବେନି।
#WATCH पटना, बिहार: RJD नेता रोहिणी आचार्य ने राजनीति छोड़ने पर कहा, “मेरा कोई परिवार नहीं है। उन्होंने ही मुझे परिवार से निकाला है। उन्हें जिम्मेदारी नहीं लेनी है… सारी दुनिया सवाल कर रही है कि पार्टी का ऐसा हाल क्यों हुआ है?…” pic.twitter.com/XcgyhKV8RA
— ANI_HindiNews (@AHindinews) November 15, 2025
ଉଲ୍ଲେଖଯୋଗ୍ୟ ଯେ ବିହାର ବିଧାନସଭା ନିର୍ବାଚନରେ ମହାଗଠବନ୍ଧନ (ଏମଜିବି)ର ସୋଚନୀୟ ପରାଜୟ ହୋଇଛି। ଏଥିରେ ମୁଖ୍ୟ ଘଟକ ଦଳ ଆରଜେଡି ଥିବା ବେଳେ ତେଜସ୍ୱୀ ଯାଦବ ନିଜକୁ ବିରୋଧୀ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିଲେ। ତେଜସ୍ୱୀଙ୍କ ଆସନ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଦଳକୁ ମାତ୍ର ଆଙ୍ଗୁଠି ଗଣତିରେ କିଛି ଆସନ ମିଳିଛି। ଏଥିରେ ଆରଜେଡି ଏବେ ବିହାରରେ ମଜଭୁତ ବିରୋଧୀ ଦଳ ହେବା ଅବସ୍ଥାରେ ମଧ୍ୟ ନାହିଁ। ଏଣୁ ଦଳର କାର୍ଯ୍ୟକର୍ତ୍ତା ଓ କର୍ମୀ ପରାଜୟର କାରଣ ଜାଣିବାକୁ ଚାହୁଁଛନ୍ତି। ହେଲେ କେହି ଦାୟିତ୍ୱ ନିଜ ଉପରକୁ ନେଉ ନାହାନ୍ତି।




