ରାଜଧାନୀ ଭୁବନେଶ୍ୱରରେ ବଲିଉଡ କୁଇନ୍: ବିଶ୍ବ ପରିବେଶ ଦିବସରେ କଲେ ଚାରା ରୋପଣ, ମୁଖ୍ୟମନ୍ତ୍ରୀଙ୍କ ସହ ଦେଖିଲେ ‘ଭାରତ ଭାଗ୍ୟ ବିଧାତା’

ରାଜଧାନୀ-ଭୁବନେଶ୍ୱରରେ-ବଲିଉଡ-କୁଇନ୍:-ବିଶ୍ବ-ପରିବେଶ-ଦିବସରେ-କଲେ-ଚାରା-ରୋପଣ,-ମୁଖ୍ୟମନ୍ତ୍ରୀଙ୍କ-ସହ-ଦେଖିଲେ-‘ଭାରତ-ଭାଗ୍ୟ-ବିଧାତା’

ରାଜଧାନୀ ଭୁବନେଶ୍ୱରରେ ବଲିଉଡ କୁଇନ୍: ବିଶ୍ବ ପରିବେଶ ଦିବସରେ କଲେ ଚାରା ରୋପଣ, ମୁଖ୍ୟମନ୍ତ୍ରୀଙ୍କ ସହ ଦେଖିଲେ ‘ଭାରତ ଭାଗ୍ୟ ବିଧାତା’

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଅନ୍ୟ ମନ୍ତ୍ରୀମାନଙ୍କ ସହ PVR ସିନେମା ହଲ୍‌ରେ ନିଜ ଆଗାମୀ ଫିଲ୍ମ ‘ଭାରତ ଭାଗ୍ୟ ବିଧାତା’ର ସ୍ପେଶାଲ ସ୍କ୍ରିନିଂ ଦେଖିଛନ୍ତି । ଚଳଚ୍ଚିତ୍ରରେ କଙ୍ଗନା ଜଣେ ନର୍ସ ଭୂମିକାରେ ନଜର ଆସିଛନ୍ତି।

Published By: Chikun – Prameya-News7 Bureau | June 05, 2026 10:05 PM

NEWS7

Kangana Ranauat, Chief Minister Mohan Charan Majhi

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ବଲିଉଡ୍ କୁଇନ୍ ତଥା ବିଜେପି ସାଂସଦ କଙ୍ଗନା ରଣାୱତ। ଓଡ଼ିଆ ବୁଣାକାରଙ୍କ ଦ୍ବାରା ପ୍ରସ୍ତୁତ ଶାଢ଼ି ପିନ୍ଧିବା ସହ ଶୁକ୍ରବାର କଙ୍ଗନା ବିଶ୍ୱ ପରିବେଶ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଚାରା ରୋପଣ କରିଛନ୍ତି । ଏହାପରେ ସନ୍ଧ୍ୟାରେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଅନ୍ୟ ମନ୍ତ୍ରୀମାନଙ୍କ ସହ PVR ସିନେମା ହଲ୍‌ରେ ନିଜ ଆଗାମୀ ଫିଲ୍ମ ‘ଭାରତ ଭାଗ୍ୟ ବିଧାତା’ର ସ୍ପେଶାଲ ସ୍କ୍ରିନିଂ ଦେଖିଛନ୍ତି । ଚଳଚ୍ଚିତ୍ରରେ କଙ୍ଗନା ଜଣେ ନର୍ସ ଭୂମିକାରେ ନଜର ଆସିଛନ୍ତି।

ତେବେ ସିନେମା ଦେଖି ସାରିବା ପରେ ପ୍ରତିକ୍ରିୟା ରଖି କଙ୍ଗନା କହିଥିଲେ ସିନେମାରେ ପ୍ରଧାନମନ୍ତ୍ରୀଙ୍କ ସାଧାରଣ ଲୋକଙ୍କ ପାଇଁ ଯେଉଁ ଭାବନା ଅଛି ତାହା ଦେଖାଇବାକୁ ଚେଷ୍ଟା କରିଛୁ । ମୁଖ୍ୟମନ୍ତ୍ରୀ ମଧ୍ୟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଚଳଚ୍ଚିତ୍ର ଦେଖିଥିଲେ । ଆଉ ନିଛକ ସତ କାହାଣୀକୁ ନେଇ ଫିଲ୍ମ ହୋଇଥିବା ନେଇ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ । କେବଳ ଫିଲ୍ମ ନୁହଁ ଫିଲ୍ମ ନୁହଁ ଫିଲ୍ମ ଆରମ୍ଭ ହେବା ପୂର୍ବରୁ ସମାଜର ବିଭିନ୍ନ ବର୍ଗରେ କାର୍ଯ୍ୟରତ କର୍ମଚାରୀ ତଥା ନର୍ସ, ମେଡିକାଲର ବିଭିନ୍ନ ବିଭାଗର କର୍ମଚାରୀଙ୍କ ସହ ଟ୍ରାଫିକ କନେଷ୍ଟବଳଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଭାରତ ଭାଗ୍ୟ ବିଧାତା ସିନେମାକୁ ସମ୍ପୂର୍ଣ୍ଣ ଟ୍ୟାକ୍ସ ଫ୍ରି କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି କଙ୍ଗନା। ଆହୁରି ମଧ୍ୟ ରଜ ଶୁଭେଚ୍ଛା ଜଣାଇବା ସହ ଜୟ ଜଗନ୍ନାଥ ବି କହିଲେ ବଲିଉଡ କୁଇନ୍ କଙ୍ଗନା।

Also Read: ଓଡ଼ିଶାକୁ ଅତିରିକ୍ତ ୬ଟି ସ୍ନାତକୋତ୍ତର ଡାକ୍ତରୀ ସିଟ୍ ସ୍ୱୀକୃତି, ଡାକ୍ତରୀ ଶିକ୍ଷା ଏବଂ ବିଶେଷଜ୍ଞ ସ୍ୱାସ୍ଥ୍ୟସେବାକୁ ମିଳିବ ପ୍ରୋତ୍ସାହନ

ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ସିନେମା ପ୍ରତି ଭଲ ପାଇବା ଦେଖି ବେଶ୍ ଖୁସିଥିଲେ କଙ୍ଗନା। ପ୍ରତିକ୍ରିୟା ରଖି କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ସିନେମା ଏତେ ଭଲ ଲାଗିଲା ଯେ, ସେ ସିନେମାକୁ ସଂପୂର୍ଣ୍ଣ ଦେଖିଲେ। ସିନେମା ଦେଖିବା ସମୟରେ ମୁଖ୍ୟମନ୍ତ୍ରୀ ଭାବବିହ୍ୱଳ ମଧ୍ୟ ହୋଇପଡ଼ିଥିଲେ ବୋଲି କହିଛନ୍ତି କଙ୍ଗନା। ଏହା ସହ ସେ ଏହି ସିନେମା ଦେଖିବାକୁ ସମସ୍ତଙ୍କୁ ଅନୁରୋଧ କରିଚନ୍ତି। ସେପଟେ କଙ୍ଗନାଙ୍କ ‘ଭାରତ ଭାଗ୍ୟ ବିଧାତା’ ସିନେମାକୁ ଟ୍ୟାକ୍ସ ଫ୍ରି କରିବା ନେଇ କଙ୍ଗନାଙ୍କ ଅନୁରୋଧ ଉପରେ ରାଜ୍ୟ ସରକାର ବିଚାର ବିମର୍ଶ କରି ଖୁବ ଶୀଘ୍ର ନିଷ୍ପତ୍ତି ନେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।

Scroll to Top